ଓଡ଼ିଶାଲାଇଭ୍ ବ୍ୟୁରୋcoronavirus-in-odisha-4

ପ୍ରତିଦିନ ନୂଆ ନୂଆ କରୋନା ମାମଲା ସାମ୍ନାକୁ ଆସିବା ପରେ ଏବେ ଓଡ଼ିଶା ପୂର୍ବ ଭାରତରେ ୧ ନମ୍ୱର ସ୍ଥାନ ଗ୍ରହଣ କରିଛି। ଗତ ଏକ ସପ୍ତାହ ଧରି ଭୁବନେଶ୍ୱର ଓ କଟକରେ ପଜିଟିଭ୍ କେସ୍ ବୃଦ୍ଧି ପାଇବା ଫଳରେ ପୂର୍ବ ଭାରତର ମୋଟ କୋଭିଡ୍ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଅନ୍ୟ ରାଜ୍ୟ ଯଥା ପଶ୍ଚିମବଙ୍ଗ ଓ ବିହାର ତୁଳନାରେ ଓଡ଼ିଶାରେ ନୂଆ କରୋନା ରୋଗୀଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି।

ଗୁରୁବାର ରାଜ୍ୟରେ ୩,୬୩୧ଟି କେସ୍ ଆସିଥିଲା ଯାହା ଫଳରେ ମୋଟ ଅକ୍ରାନ୍ତଙ୍କ ସଂଖ୍ୟା ୧,୧୩,୪୧୧ରେ ପହଞ୍ଚିଥିଲା। ସେହିଭଳି ମୃତ୍ୟୁସଂଖ୍ୟା ମଧ୍ୟ ଛଅ ଶହ ପାଖାପାଖି ହୋଇଛି।BGUପୂର୍ବ ଭାରତର ଅନ୍ୟ ରାଜ୍ୟ ଆସାମ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ଏପରିକି ତେଲେଙ୍ଗାନରେ ମଧ୍ୟ ଦିନକୁ ୩,୦୦୦ରୁ କମ୍ କେସ୍ ଆସୁଥିବା ବେଳେ ଓଡ଼ିଶାରେ ଏହା ଲଗାତର ୩ ହଜାର ଉପରେ ରହିଛି। ଖାସ୍ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଖୋର୍ଦ୍ଧା ଓ କଟକ  ଜିଲ୍ଲାରେ କରୋନା ନିୟନ୍ତ୍ରଣକୁ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here