ଓଡ଼ିଶାଲାଇଭ୍ ବ୍ୟୁରୋ

ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ କରି କୋର୍ଟର ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ। ପାରିବାରିକ ହିଂସା ନିରୋଧ ଆଇନ୍ ଅନୁଯାୟୀ ବର୍ଷା କଟକ ଏସଡିଜେଏମ୍ କୋର୍ଟରେ ମାମଲା ଦାୟର କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ଅନୁଭବ ତାଙ୍କ ସହିତ ମାନସିକ ଓ ଶାରୀରିକ ଅତ୍ୟାଚାର କରୁଥିଲେ। ଏପରିକି ମଦ୍ୟପାନ କରି ଖରାପ ଭାଷାରେ ଗାଳିଗୁଲଜ କରୁଥିଲେ। ତେଣୁ ତାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ଏହି ମାମଲାର ପ୍ରଥମ ଶୁଣାଣି ଆସନ୍ତା ୭ ତାରିଖରେ ହେବ ନେଇ ଦିନ ଧାର୍ଯ୍ୟ କରାଯାଇଛି। ଏନେଇ ଜିଲ୍ଲା କୋର୍ଟର ଅଫିସିଆଲ୍ ୱେବସାଇଟରେ ମଧ୍ୟ ତଥ୍ୟ ରଖାଯାଇଥିବା ସୂଚନା ମିଳିଛି।

ଅନ୍ୟପଟେ ଏହି ଘଟଣାକୁ ନେଇ କେନ୍ଦ୍ରପଡ଼ା ସାଂସଦ ତଥା ବର୍ଷାଙ୍କ ସ୍ୱାମୀ ଅନୁଭବ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ଲିଗାଲ୍ ନୋଟିସ୍ ହୋଇନି। ନୋଟିସ୍ ଆସିଲେ ସେ ଏନେଇ ଜଣାଇବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

Comment