ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲକୁ ଆଉ ୨ ସପ୍ତାହ ବାକି। ପ୍ରଶଂସକମାନେ ଉତ୍ସୁକତାର ସହ ଆଇପିଏଲ ଆରମ୍ଭକୁ ଅନାଇ ବସିଛନ୍ତି। ତେବେ ଏପରି ସ୍ଥିତିରେ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲରୁ ଓହରିଯାଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା। ତାଙ୍କ ଅନୁପସ୍ଥିତିରେ ପ୍ରଶ୍ନ ଉଠୁଛି କିଏ ହେବେ ସିଏସକେର ଉପଅଧିନାୟକ?

ଗତକିଛି ବର୍ଷ ଧରି ରାଇନା ସିଏସକେ ଦଳର ଉପଅଧିନାୟକ ଦାୟିତ୍ଵରେ ଥିଲେ। ଅଧିନାୟକ ଧୋନୀଙ୍କ ଅନୁପସ୍ଥିତିରେ ରାଇନା ନେତୃତ୍ଵ ନେଇ ଦଳକୁ ଅନେକ ସଫଳତା ଦେଇଛନ୍ତି। ତେବେ ତାଙ୍କ ପରେ ଦଳରେ ଏହି ଶୂନ୍ୟସ୍ଥାନକୁ କିଏ ସମ୍ଭାଳିବେ?ଏଥିପାଇଁ ସିଏସକେକୁ ଟୁଇଟ କରି ଜଣେ ପ୍ରଶଂସକ ପ୍ରଶ୍ନ କରିଛନ୍ତି ଯେ, ଏବେ ଉପଅଧିନାୟକ କିଏ ହେବେ? ସିଏସକେ ପକ୍ଷରୁ ଏକ ଭିନ୍ନ ଢଙ୍ଗରେ ଏହାର ଉତ୍ତର ରଖାଯାଇଛି। ସିଏସକେ ତାର ଟୁଇଟରେ କହିଛି ଯେ, ‘ଓ୍ଵାଇଜ କ୍ୟାପଟେନ୍ ଇରୁକ୍କି ବାୟାମ୍ ୟେନ୍?’ ଏହାର ଅର୍ଥ ହେଉଛି, ‘ଡରୁଛ କଣ ପାଇଁ, ଯେତେବେଳେ ଦଳରେ ଭଲ ଅଧିନାୟକ ଅଛନ୍ତି’ ପରୋକ୍ଷ ଭାବରେ ଏହା କ୍ୟାପଟେନ୍ କୁଲ୍ ଧୋନୀଙ୍କୁ ହିଁ ଇଙ୍ଗିତ କରୁଛି।

ତେବେ ପ୍ରକୃତରେ କାହାକୁ ମିଳିବ ଉପଅଧିନାୟକ ପଦ?

ରବୀନ୍ଦ୍ର ଜାଡ଼େଜା

ରାଇନାଙ୍କ ପରେ ଏବେ ଦଲର ଅନ୍ୟତମ ବରିଷ୍ଠ ଖେଳାଳି ରବୀନ୍ଦ୍ର ଜାଡ଼େଜାଙ୍କୁ ମିଳିପାରେ ସିଏସକେ ଦଳର ଉପ ଅଧିନାୟକ ପଦ। ଜାଡ଼େଜା ଗତ କିଛି ବର୍ଷ ଧରି ସିଏସକେ ସହ ଜଡ଼ିତ ଥିଲାବେଳେ ଦଳ ତାଙ୍କ ଉପରେ  ଭରସା କରିପାରେ।

ଡୁ ପ୍ଲେସିସ୍

ସେହିପରି ଦକ୍ଷିଣ ଆଫ୍ରିକା ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଡୁ ପ୍ଲେସିସ ମଧ୍ୟ ସିଏସକେ ଦଳର ଉପ ଅଧିନାୟକ ହୋଇପାରନ୍ତି। ତାଙ୍କ ପାଖରେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ହେବାର ଅଭିଜ୍ଞତା ରହିଛି। ଏଥିସହ ସେ ସିଏସକେର ଜଣେ ତାରକା ବ୍ୟାଟ୍ସମ୍ୟାନ ମଧ୍ୟ। ତେଣୁ ଡୁ ପ୍ଲେସିସଙ୍କୁ ସିଏସକେର ଉପଅଧିନାୟକ ପଦ ମିଳିପାରେ।BGUସେନ୍ ଓ୍ଵାଟସନ୍

ସେନ୍ ଓ୍ଵାଟସନ୍ ଅଷ୍ଟ୍ରେଲିଆ କ୍ରିକେଟ ଦଳର ଜଣେ ଆଗଧାଡ଼ିର ଖେଳାଳି। ସିଏସକେ ଦଳରେ ମଧ୍ୟ ସେ ଜଣେ ଅଭିଜ୍ଞ ଖେଳାଳି। ତେଣୁ ସେନ୍ ଓ୍ଵାଟସନଙ୍କୁ ସିଏସକେର ଉପଅଧିନାୟକ ପଦ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

Comment