ଓଡ଼ିଶା ଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୩୩୮୧ରେ ପହଞ୍ଚିଛି। ଏନେଇ ଲୋକଙ୍କ ମନରେ ଭୟ ମଧ୍ୟ ଜୋର ଧରିଲାଣି।ପ୍ରଥମେ ଅନେକ ଏହାକୁ ହାଲୁକା ଭାବେ ନେଉଥିଲେ। ସେଥିଲାଗି କେତେକ କରୋନା କଟକଣାକୁ ମଧ୍ୟ ପାଳନ କରୁ ନ ଥିବା ନଜିର ରହିଛି। ଏବେ କିନ୍ତୁ ସମୟ ବଦଳିଛି। କରୋନା ଭୂତାଣୁର ମାରାତ୍ମକ ରୂପ ଅନେକଙ୍କୁ ବିଚଳିତ କରୁଛି। କରୋନା କଥା କହିଲେ କେତେକଙ୍କ ରକ୍ତଚାପ ମଧ୍ୟ ବଢ଼ି ଯାଉଛି।ଦୈନିକ ଟିଭି, ରେଡ଼ିଓ ଏବଂ ଖବରକାଗଜ ଆଦି ଚାରିଆଡ଼େ କରୋନା ବିଷୟରେ ଆଲୋଚନା ଚାଲିଛି। ଏହା ଭିତରେ ଜିଲ୍ଲାରେ ୧୫ ଜଣଙ୍କର ଜୀବନ ନେଲାଣି କରୋନା। ସେଥିରେ କେତେକ କରୋନା ଆକ୍ରାନ୍ତଙ୍କର ଯୁବ ବୟସରେ ଅକାଳ ବିୟୋଗ ଘଟିଛି। ଏ ସବୁ କଥା ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି, ଆଉ କରୋନା ପ୍ରତି ଏକ ପ୍ରକାର ଅଜଣା ଭୟ ସୃଷ୍ଟି କରିଛି।BGUଗାଁ ଓ ସହର ସବୁଠି କରୋନା ଭୂତାଣୁ ସଂକ୍ରମଣ ପରୀକ୍ଷା ହେଉଛି। ଫଳରେ ପୂର୍ବ ଅପେକ୍ଷା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଇତିମଧ୍ୟରେ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୩୩୮୧ରେ ପହଞ୍ଚିଛି। ଦିନକୁ ଦିନ କରୋନା ଭୟାବହତା ଓ ଗମ୍ଭୀରତା କଥା ଶୁଣି ଶୁଣି ଅନେକ ଏବେ ଅଧିକ ସତର୍କ ହେଉଛନ୍ତି। ଏହା ଭଲ କିନ୍ତୁ, ସତର୍କତା ପରିବର୍ତ୍ତେ ଭୟ ଭାବନା ବ୍ୟକ୍ତି ମାନସିକତାକୁ ଦୁର୍ବଳ କରି ପକାଇବ। ଏହି କଥାକୁ ସମସ୍ତେ ବୁଝି କରୋନା ଭୂତାଣୁ ସଂକ୍ରମଣକୁ ଭୟ ନୁହେଁ, ବରଂ ଧର୍ଯ୍ୟ ଓ ସାହସିକତାର ସହ ମୁକାବିଲା କରିବାକୁ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Comment