ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସଏ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସେ ହୋମ୍ ଆଇସୋଲସନ୍‌ରେ ଥିବା ସୂଚନା ମିଳିଛି।

ହେମକାନ୍ତ ଜୟପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଦାୟିତ୍ଵରେ ମଧ୍ୟ ଅଛନ୍ତି। ତେଣୁ ସେ ସୁସ୍ଥ ହୋଇ ଫେରିବା ପର୍ଯ୍ୟନ୍ତ କୋଟପାଡ଼ ଏନ୍‌ଏସିର ନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ ଜୟପୁର ପୌରପାଳିକାର ଅତିରିକ୍ତ ଦାୟିତ୍ଵରେ ରହିବେ। ଏ ନେଇ କୋରାପୁଟ ଜିଲ୍ଲାପାଳଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।BGUଜୟପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ପୂର୍ବରୁ ଜୟପୁର ତହସିଲଦାରଙ୍କ ସମେତ ଅନେକ କରୋନା ଯୋଦ୍ଧା ବି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Comment