ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୩,୪୯୦ ପଜିଟିଭ୍
- କ୍ଵାରେଣ୍ଟାଇନ୍ରୁ ୨,୦୯୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୩୯୬ ଜଣ ଆକ୍ରାନ୍ତ ଚିହ୍ନଟ
- ମୋଟ ପଜିଟିଭ୍ ସଂଖ୍ୟା ୧,୩୧,୩୮୨କୁ ବୃଦ୍ଧି
ରାଜ୍ୟରେ କରୋନା ସଂକ୍ରମଣ ଅଣାୟତ୍ତ ହେଲାଣି। ଯେତେ ଚେଷ୍ଟା କଲେ ମଧ୍ୟ ସଂକ୍ରମଣ ଉପରେ ରୋକ୍ ଲାଗି ପାରୁନାହିଁ। ଆଜି ଗୋଟିଏ ଦିନରେ ସମସ୍ତ ୩୦ ଜିଲ୍ଲାରୁ ଆଉ ୩,୪୯୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍ରୁ ୨,୦୯୪ ଜଣ ଚିହ୍ନଟ ହୋଇଥିବା ବେଳେ ୧,୩୯୬ଟି ଲୋକାଲ୍ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
Covid-19 Report For 7th September
New Positives Cases: 3490
In quarantine: 2094
Local contacts: 1396(Details of local contacts will be shared by concerned District Administration)
District Wise Cases
1. Angul: 38
2. Balasore: 92
3. Bargarh: 81
4. Bhadrak: 89
5. Balangir: 110— I & PR Department, Odisha (@IPR_Odisha) September 8, 2020
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୩୭୬ ଜଣ, ପୁରୀରୁ ୨୧୭ ଜଣ, ମୟୂରଭଞ୍ଜରୁ ୨୦୭ ଜଣ, ରାୟଗଡ଼ାରୁ ୨୦୬ ଜଣ, ଯାଜପୁରରୁ ୧୭୮ ଜଣ, ବଲାଙ୍ଗିରରୁ ୧୧୦ ଜଣ, ସୋନପୁରରୁ ୧୦୭ ଜଣ, ଝାରସୁଗୁଡ଼ାରୁ ୧୦୩ ଜଣ ଓ ନୂଆପଡ଼ାରୁ ୧୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
22. Mayurbhanj: 207
23. Nawarangpur: 40
24. Nayagarh: 34
25. Nuapada: 102
26. Puri: 217
27. Rayagada: 206
28. Sambalpur: 85
29. Sonepur: 107
30. Sundargarh: 64
31. State Pool: 102New Recovery: 3034
Cumulative Tested: 2184841
Positive: 131382
Recovered: 99398
Active Case: 31362— I & PR Department, Odisha (@IPR_Odisha) September 8, 2020
ଏଥିସହ ବରଗଡ଼, ଭଦ୍ରକ, ଅନୁଗୁଳ, କଳାହାଣ୍ଡି, କୋରାପୁଟ, ବାଲେଶ୍ଵର ଆଦି ଜିଲ୍ଲାରୁ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୧,୩୧,୩୮୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୯୯,୩୯୮ ଜଣ ସୁସ୍ଥ ହୋଇଥିବା ବେଳେ ୩୧,୩୬୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।