ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଅକ୍ସଫୋର୍ଡ ଦ୍ଵାରା ବିକଶିତ କୋଭିଡ ଟିକା ‘କୋଭିସିଲ୍‌ଡ’ର ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି।

ଭାରତରେ ବନ୍ଦ ହେଲା କୋଭିଡ ଟିକା ‘କୋଭିସିଲ୍‌ଡ’ର ପରୀକ୍ଷଣ। ପରୀକ୍ଷଣ ପରେ ବ୍ରିଟେନରେ ଜଣେ ସ୍ଵାସ୍ଥ୍ୟକର୍ମୀ ଅସୁସ୍ଥ ହେବାପରେ ଭାରତରେ ଏହାର ପରୀକ୍ଷଣକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଟିକା ପରୀକ୍ଷଣକାରୀ ସଂସ୍ଥା ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ବ୍ରିଟେନରେ କୋଭିଡ ଟିକା ପରୀକ୍ଷଣକାରୀ ସଂସ୍ଥା ଆଷ୍ଟ୍ରଜେନିକା ଯେପର୍ଯ୍ୟନ୍ତ ପରୀକ୍ଷଣ ଆରମ୍ଭ ନ କରିଛି, ସେ ପର୍ଯ୍ୟନ୍ତ ଭାରତରେ ଏହାର ପରୀକ୍ଷଣକୁ ବନ୍ଦ ରଖିବାକୁ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି।BGUଡିସିଜିଆଇର ନିର୍ଦ୍ଦେଶକୁ ପାଳନ କରି ଏହାକୁ ସ୍ଥଗିତ ରଖାଯାଇଛି। ‘ପରୀକ୍ଷଣରେ ସାମୟିକ ବିରତି ଦେଉଛୁ, ମାତ୍ର ସମୀକ୍ଷା କରୁଛୁ’ ବୋଲି ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି। ବ୍ରିଟେନରେ ପରୀକ୍ଷଣ ପରେ ଜଣେ ଗୁରୁତର ହେବାପରେ ବ୍ରିଟେନରେ ଏହାର ପରୀକ୍ଷଣକୁ ବନ୍ଦ ରଖାଯାଇଥିଲା। ମାତ୍ର ଭାରତରେ ଏଯାଏଁ କୌଣସି ସମସ୍ୟା ସୃଷ୍ଟି ହୋଇନଥିବାରୁ ଭାରତରେ ଏହାର ପରୀକ୍ଷଣ ଚାଲୁ ରଖିବାକୁ ସଂସ୍ଥା ପକ୍ଷରୁ ଗତକାଲି କୁହାଯାଇଥିଲା।

Comment