ଓଡ଼ିଶାଲାଇଭ୍ ବ୍ୟୁରୋ

ହଟ୍‌ଲାଇନ୍‌ କ’ଣ ଓ ଏହାକୁ କିପରି ବ୍ୟବହାର କରାଯାଏ ଜାଣନ୍ତୁ।

ଗତ ରବିବାର ଅରୁଣାଚଳ ପ୍ରଦେଶ ସୀମାରୁ ଖବର ଆସିଥିଲା ​​ଯେ ଚୀନ୍ ସେନା ଭାରତ ସୀମାରୁ ପାଞ୍ଚ ଜଣ ଭାରତୀୟଙ୍କୁ ଅପହରଣ କରିନେଇଛି। ଜଣେ ସାମ୍ବାଦିକ ଟ୍ୱିଟରରେ କେନ୍ଦ୍ର ସରକାରଙ୍କୁ ଏନେଇ ପ୍ରଶ୍ନ ପଚାରିଥିଲେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ଏହାର ଉତ୍ତରରେ ଲେଖିଥିଲେ ଯେ ଭାରତୀୟ ସେନା ହଟ୍‌ଲାଇନ୍‌ରେ ଚୀନ୍ ସେନାକୁ ଏକ ବାର୍ତ୍ତା ପଠାଯାଇଛି ଏବଂ ଚୀନର ଉତ୍ତରକୁ ଅପେକ୍ଷା କରାଯାଇଛି। ପରେ ସେହି ପାଞ୍ଚ ଜଣ ଭାରତୀୟଙ୍କୁ ଚୀନ୍ ସେନା ଭାରତକୁ ହସ୍ତାନ୍ତର କରିଥିଲା। ସୀମାରେ ଗୃହପାଳିତ ପଶୁମାନେ ନିଖୋଜ ହେଲେ ମଧ୍ୟ ଏହି ହଟ୍‌ଲାଇନ୍‌ ବ୍ୟବହାର କରାଯାଏ। ତେବେ କ’ଣ ଏହି ହଟ୍‌ଲାଇନ୍‌ ଏବଂ ଦୁଇ ଦେଶ ମଧ୍ୟରେ ବିବାଦ ସମୟରେ ଏହାକୁ କିପରି ବ୍ୟବହାର କରାଯାଏ ଆସନ୍ତୁ ଜାଣିବା…

ହଟ୍‌ଲାଇନ୍ କ’ଣ?

ବାସ୍ତବରେ ହଟ୍‌ଲାଇନ୍‌ ହେଉଛି ଏକ ଟେଲିଫୋନ୍‌ କମ୍ୟୁନିକେସନ୍ ସେଟ୍‌ଅପ୍। ଦୁଇ ଦେଶର ସୈନିକଙ୍କ ମଧ୍ୟରେ ‘ଓ୍ଵାନ୍‌ ଟୁ ଓ୍ଵାନ୍ କମ୍ୟୁନିକେସନ’ ପାଇଁ ଏହାକୁ ବ୍ୟବହାର କରାଯାଏ। ଏଥିରେ ସାଧାରଣ ଟେଲିଫୋନ୍ ପରି ନମ୍ବର ଡାଏଲ୍ କରିବାକୁ ପଡ଼େନାହିଁ। ରିସିଭର ଉଠାଇବା ମାତ୍ରେ ତାହା ଅନ୍ୟ ଦେଶର ଟେଲିଫୋନ ସହିତ ସଂଯୋଗ ହୋଇଯାଏ। ସାଧାରଣ ଭାଷାରେ ଏହାକୁ ‘ଆତ୍ମବିଶ୍ଵାସ ନିର୍ମାଣ’ର ଏକ ମାଧ୍ୟମ ଭାବେ ବିବେଚନା କରାଯାଏ। ଦୁଇ ଦେଶ ମଧ୍ୟରେ ଥିବା ସୀମାରେ ନିୟୋଜିତ ସୈନ୍ୟଙ୍କ ଭିତରେ ସନ୍ଦେଶର ଆଦାନପ୍ରଦାନ ପାଇଁ ଏହି ହଟ୍‌ଲାଇନ୍‌ ବ୍ୟବହୃତ ହୁଏ।

ଭାରତରେ ଏହି ହଟ୍‌ଲାଇନ୍‌ର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଡାଇରେକ୍ଟର ଜେନେରାଲ ଅଫ୍ ମିଲିଟାରି ଅପରେସନ୍(ଡିଜିଏମ୍‌ଓ) ତଦାରଖ କରିଥାନ୍ତି। ଏହି ହଟ୍‌ଲାଇନ୍‌ ମାଧ୍ୟମରେ ବାର୍ତ୍ତା ପଠାଇବା ପାଇଁ ଏକ ନିର୍ଦ୍ଧାରିତ ପଦ୍ଧତି ରହିଛି। ଏହି ପଦ୍ଧତି ଅନୁସାରେ ସୈନିକଙ୍କ ମଧ୍ୟରେ ବାର୍ତ୍ତାର ଆଦାନପ୍ରଦାନ ହୋଇଥାଏ।ଭାରତରେ ଅଛି ୫ଟି ହଟ୍‌ଲାଇନ୍

ଭାରତର ପୂର୍ବତନ ଲେଫ୍ଟନାଣ୍ଟ ଜେନେରାଲ ବିନୋଦ ଭାଟିଆଙ୍କ କହିବା ଅନୁସାରେ ଭାରତ-ଚୀନ ସୀମାରେ ବର୍ତ୍ତମାନ ୫ଟି ହଟ୍‌ଲାଇନ୍‌ କାମ କରୁଛି।

ପୂର୍ବ ଲଦାଖ ସୀମା ନିକଟବର୍ତ୍ତୀ ଦୌଲତ ବେଗ୍ ଓ ସ୍ପାଂଗୁରରେ ଦୁଇଟି ହଟ୍‌ଲାଇନ୍ ରହିଛି। ସେହିପରି ସିକ୍କିମ ସୀମାର ନାଥୁଲା ଏବଂ ଅରୁଣାଚଳର ବୁମଲା ଦର୍ରା ଓ ନିବୂଟ ପାଖରେ ହଟ୍‌ଲାଇନ୍ ରହିଛି।

କିପରି ବ୍ୟବହୃତ ହୁଏ 

ହଟ୍‌ଲାଇନ୍‌ ହେଉଛି ଏକ ଫୋନ୍ ଲାଇନ୍‌ ଯାହା ମାଧ୍ୟମରେ ଦୁଇ ଦେଶର ସୈନିକ ସୀମାରେ ପରସ୍ପର ସହିତ ସମ୍ପର୍କରେ ରହିପାରନ୍ତି। ଏଥିପାଇଁ ସ୍ଵତନ୍ତ୍ର ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଥାଏ। ଯେତେବେଳେ ହଟ୍‌ଲାଇନ୍‌ ଫୋନ୍ ବାଜେ ସେତେବେଳେ ଅନ୍ୟ ଦେଶରୁ ଫୋନ୍ ଆସିଛି ବୋଲି ସୀମାରେ ନିୟୋଜିତ ସୈନ୍ୟମାନେ ସାଙ୍ଗେସାଙ୍ଗେ ସୂଚନା ପାଇଥାନ୍ତି। ଏଥିସହ ବାର୍ତ୍ତା ମଧ୍ୟ ପହଞ୍ଚିଯାଏ। ସେହିଭଳି ଦ୍ଵୀତିୟ ପକ୍ଷ କୌଣସି ବାର୍ତ୍ତା ପ୍ରେରଣ କରିବାକୁ ଚାହିଁଲେ ଏହି ହଟ୍‌ଲାଇନ୍‌କୁ ହିଁ ବ୍ୟବହାର କରିଥାନ୍ତି।ଭାରତରେ କେବଳ ଏଲ୍‌ଏସିରେ ନିୟୋଜିତ ଆର୍ମି କମାଣ୍ଡରଙ୍କୁ ହଟ୍‌ଲାଇନ୍‌ରେ ବାର୍ତ୍ତା ପଠାଇବା ଏବଂ ଗ୍ରହଣ କରିବାକୁ ଅନୁମତି ଦିଆଯାଇଛି।

ଫ୍ଲାଗ୍ ମିଟିଂ ସ୍ଥିର କରେ

ଏହି ହଟ୍‌ଲାଇନ୍‌ଗୁଡ଼ିକର ଦ୍ୱିତୀୟ ଗୁରୁତ୍ୱ ହେଉଛି – ସୀମାରେ ଫ୍ଲାଗ୍ ମିଟିଂ ସ୍ଥିର କରିବା। ପାରସ୍ପରିକ ସମସ୍ୟାର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ପର୍ଯ୍ୟାୟକ୍ରମେ ଫ୍ଲାଗ୍ ମିଟିଂ ଅନୁଷ୍ଠିତ ହୁଏ। ତେବେ ଏହି ମିଟିଂ କେତେବେଳେ ଅନୁଷ୍ଠିତ ହେବ, କେଉଁ ସ୍ଥାନରେ ଏବଂ କେତେ ଦିନ ପର୍ଯ୍ୟନ୍ତ ହେବ ତାହା ହଟ୍‌ଲାଇନ୍‌ରେ ସ୍ଥିର କରାଯାଏ।

କିନ୍ତୁ ବେଳେବେଳେ ସୀମା ନିକଟରେ ତୁଷାରପାତ ଅଧିକ ହୁଏ, ଆସିବାରେ ଅସୁବିଧା ହୁଏ। ଏହାଛଡ଼ା ଫ୍ଲାଗ୍ ମିଟିଂ କରିବାକୁ ଥିବା ଅଧିକାରୀମାନେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିଯାନ୍ତି। ଏଭଳି ସ୍ଥିତିରେ ମିଟିଂ ତାରିଖକୁ ଆଗକୁ ବଢ଼ାଇବା ଅଥବା ବାତିଲ କରିବାକୁ ପଡ଼େ। ତେବେ ଏହି ସୂଚନା କେବଳ ହଟ୍‌ଲାଇନ୍‌ ଜରିଆରେ ହିଁ ପଠାଯାଇଥାଏ।ସୈନ୍ୟ ଅପସାରଣ ପାଇଁ ବୈଠକ ସ୍ଥିର କରେ

ତେବେ ଏହି ହଟ୍‌ଲାଇନ୍‌ରେ ସୀମାରୁ ସୈନ୍ୟ ଅପସାରଣ କରିବା ବିଷୟରେ ଆଲୋଚନା କରାଯାଇପାରିବ କି? ଏହି ପ୍ରଶ୍ନ ଉପରେ ପୂର୍ବତନ ଲେଫ୍ଟନାଣ୍ଟ ଜେନେରାଲ ବିନୋଦ ଭାଟିଆ କହିଛନ୍ତି ଯେ ଏହି ଦୁଇଟି ଘଟଣାରେ ମୁହାଁମୁହିଁ ଆଲୋଚନା ହୋଇଥାଏ। ଅର୍ଥାତ୍ ଦୁଇ ଦେଶ ସାମ୍ନାସାମ୍ନି ବସି ଆଲୋଚନା କରିଥାନ୍ତି। ତେବେ ହଟ୍‌ଲାଇନ୍‌ରେ କେବଳ ଏଭଳି ମିଟିଂ ପାଇଁ ସ୍ଥିର କରାଯାଏ।

ଏହାର ଉଦାହରଣ ଦେଇ ଜେନେରାଲ ଭାଟିଆ କହିଛନ୍ତି, ବର୍ତ୍ତମାନ ଭାରତ ଓ ଚୀନ ସୈନିକମାନେ ବାସ୍ତବ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ୱରେ ପାଟ୍ରୋଲିଂ କରୁଛନ୍ତି। ଯଦି କୌଣସି ସେନା ଅନ୍ୟ ଦେଶର ସୀମାରେ ପ୍ରବେଶ କରନ୍ତି, ତେବେ ସେମାନଙ୍କୁ ପୂର୍ବରୁ ଚେତାବନୀ ଦିଆଯାଏ। ଅନେକ ଥର ସେହି ସୈନିକମାନେ ସେମାନଙ୍କର ଭୁଲ୍ ମାନି ପଛକୁ ଯାଆନ୍ତି, କିନ୍ତୁ ବେଳେବେଳେ ସେନା ପଛକୁ ଯାଆନ୍ତି ନାହିଁ। ସେତେବେଳେ ମାମଲା ଗୁରୁତର ହୋଇପାରେ।BGUଏହି ସମୟରେ ସୈନ୍ୟ ଅପସାରଣ କରିବା ପାଇଁ ବୈଠକରେ ଆଲୋଚନା ହୁଏ। ତେବେ ଏହି ଆଲୋଚନା କେବେ ହେବ, କେଉଁଠି ହେବ ସେସବୁ ବିଷୟରେ ହଟ୍‌ଲାଇନ୍‌ ଜରିଆରେ ହିଁ ସ୍ଥିର ହୋଇଥାଏ।

Comment