ଓଡ଼ିଶାଲାଇଭ୍ ବ୍ୟୁରୋ

ବାସ୍ତବ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନ ସେନା। ପୂର୍ବ ଲଦାଖର ପୈଙ୍ଗୋଗ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଉଭୟ ସେନା ମଧ୍ୟରେ ଅଗଷ୍ଟ ୨୯-୩୦ ତାରିଖ ରାତିରେ ସଂଘର୍ଷ ହୋଇଛି। ତେବେ ଏହି ସଂଘର୍ଷରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

ଉଭୟ ସେନା ମଧ୍ୟରେ ବାରମ୍ବାର ଆଲୋଚନା ସତ୍ତ୍ଵେ ଅଗଷ୍ଟ ୨୯-୩୦ ତାରିଖ ରାତିରେ ଚୀନ ସେନା ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରିଛି। ଚୀନ ସେନାର ପିପୁଲ୍ସ ଲିବରେସନ ଆର୍ମି(ପିଏଲ୍‌ଏ) ସୈନ୍ୟମାନେ ପୈଙ୍ଗୋଗର ଦକ୍ଷିଣ ଭାଗରେ ଥିବା ଅଞ୍ଚଳରେ ପଶିବାକୁ ଉଦ୍ୟମ କରୁଥିଲେ।BGUତେବେ ଭାରତୀୟ ସେନା ସେମାନଙ୍କୁ କଡ଼ା ଜବାବ ଦେଇଛି। ଫଳରେ ଚୀନ ସେନାର ଏହି ଉଦ୍ୟମ ବିଫଳ ହୋଇଥିବା ଜଣାପଡ଼ିଛି।

Comment