ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୩,୭୭୭ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୨,୧୯୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୫୮୬ ଜଣ ଚିହ୍ନଟ
  • ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୬,୮୯୪କୁ ବୃଦ୍ଧି

ରାଜ୍ୟର ସମସ୍ତ ୩୦ ଜିଲ୍ଲାରୁ ଆଜି ପୁଣି ୩,୭୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୨,୧୯୧ ଜଣ ଥିବା ବେଳେ ୧,୫୮୬ଟି ଲୋକାଲ୍ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୩୬୮ ଜଣ, ପୁରୀରୁ ୨୩୭ ଜଣ, ସୁନ୍ଦରଗଡ଼ରୁ ୧୪୮ ଜଣ, କେନ୍ଦ୍ରାପଡ଼ାରୁ ୧୪୮ ଜଣ, ବରଗଡ଼ରୁ ୧୩୯ ଜଣ, ଯାଜପୁରରୁ ୧୩୩ ଜଣ, ବାଲେଶ୍ଵରରୁ ୧୨୭ ଜଣ, ଅନୁଗୁଳରୁ ୧୧୫ ଜଣ, ସମ୍ବଲପୁରରୁ ୧୧୨ ଜଣ, ନବରଙ୍ଗପୁରରୁ ୧୦୭ ଜଣ ଓ ଜଗତସିଂହପୁରରୁ ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି କୋରାପୁଟ, କେନ୍ଦୁଝର, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି ଆଦି ଜିଲ୍ଲାରୁ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।BGUଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୬,୮୯୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧,୧୨,୦୬୨ ଜଣ ସୁସ୍ଥ ହୋଇଥିବା ବେଳେ ୩୪,୧୬୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏଥିସହ ବର୍ତ୍ତମାନ ସୁଦ୍ଧା ମୋଟ ୬୧୬ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment