ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତଦନ୍ତ କରୁଛି। ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏନସିବିର ପଚରାଉଚରା ବେଳେ ରିୟା ଡ୍ରଗ୍ସ ମାମଲାରେ ବଲିଉଡର ୨୫ ଜଣ ସେଲିବ୍ରିଟିଙ୍କ ନାଁ ନେଇଥିବା ଚର୍ଚ୍ଚା ହେଉଛି।

ଏହି ୨୫ ଜଣଙ୍କ ଭିତରୁ ୫ ଜଣଙ୍କୁ ନେଇ ଏବେ ଜୋର ଚର୍ଚ୍ଚା ହେଉଛି। ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ ରାକୁଲ ପ୍ରୀତ ସିଂଙ୍କ ନାଁ ବି ଏଥିରେ ସାମିଲ ଥିବା ଜଣାପଡ଼ିଛି।

ସାରା ଅଲ୍ଲି ଖାନ୍

‘କେଦାରନାଥ’ ସୁଟିଂ ସମୟରେ ସାରା ଏବଂ ସୁଶାନ୍ତ ପରସ୍ପରକୁ ଡେଟ କରୁଥିବା ଶୁଣିବାକୁ ମିଳିଥିଲା।  ପରେ ସେମାନଙ୍କ  ବ୍ରେକଅପ୍‌ ହୋଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା।

ସାରା ଏବଂ ରିୟା ଚକ୍ରବର୍ତ୍ତୀ ମଧ୍ୟ ଏକ ସମୟରେ ବହୁତ ଭଲ ବନ୍ଧୁ ଥିଲେ। ଦୁହେଁ ଅନେକ ଥର ଏକାଠି ନଜର ଆସିଥିଲେ। ବର୍ତ୍ତମାନ ରିୟା ଡ୍ରଗ୍ସ ଲିଙ୍କ ମାମଲାରେ ସାରାଙ୍କ ନାଁ ନେଇଥିବା ଚର୍ଚ୍ଚା ହେଉଛି।

ରାକୁଲ ପ୍ରୀତ ସିଂ

ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ଡ୍ରଗ୍ସ ଲିଙ୍କ ମାମଲା ଜଡ଼ିତ ଥିବା ନେଇ ଏନସିବି ଆଗରେ କହିଛନ୍ତି ରିୟା ଚକ୍ରବର୍ତ୍ତୀ । ତେବେ ଏହା କେତେ ଦୂର ସତ ତାହା ସ୍ପଷ୍ଟ ହୋଇନାହିଁ।

ଏମାନଙ୍କ ବ୍ୟତୀତ ରୋହିଣୀ ଆୟର, ମୁକେଶ ଛାବଡ଼ା, ସୋମନ ଖମ୍ବାଟାଙ୍କ ନାଁ ମଧ୍ୟ ଏହି ତାଲିକାରେ ରହିଛି।

Comment