ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: କଟକ ସହରରୁ ଶନିବାର ୨୧୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୫୦ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରୁ, ୬୮ଜଣ ହୋମ୍ କ୍ୱାରେଣ୍ଟାଇନ୍ ଏବଂ ୯୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍ ପଜିଟିଭ୍ ସଂଖ୍ୟା ୭ହଜାର ୫୬୮ରେ ପହଞ୍ଚିଛି।

ସେହିପରି ସହରରୁ ୫ହଜାର ୩୫୦ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨ହଜାର ୧୮୪ଜଣ ଆକ୍ଟିଭ୍ କେସ୍ ରହିଛି। ଏନେଇ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ସୂଚନା ମିଳିଛି।corona virusଚିହ୍ନଟ ହୋଇଥିବା ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ଜଗତପୁରରୁ ରହିଛନ୍ତି ୧୯ଜଣ। ସେହିପରି ସିଡିଏ ସେକ୍ଟର-୬ରୁ ୬ଜଣ, ନୂଆବଜାରରୁ ୪ଜଣ, ମହାନଦୀବିହାର, ସିଡିଏ ସେକ୍ଟର-୧୧, କେଶରପୁରରୁ ୩ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ଆଲାମଚାନ୍ଦ ବଜାର, ବାଦାମବାଡ଼ି, ଖାନ୍‌ନଗର, ମଧୁପାଟଣା, ଝାଞ୍ଜିରମଙ୍ଗଳା, କଲେଜଛକ, ଚାନ୍ଦିନୀଚୌକରୁ ମଧ୍ୟ ଦୁଇଜଣ ଲେଖାଏଁ ପଜିଟିଭ୍ ବାହାରିଛନ୍ତି। ଏହାବାଦ୍ ପ୍ରାୟ ୪୦ଟି ସାହି, ବଜାରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସିଏମ୍‌ସି।

ବାଖରାବାଦ୍‌ରେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହୁଥିବା ୧୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଗୋପାଳପୁରରୁ ଗୋଟିଏ ପରିବାରରୁ ୯ଜଣ, ଚୌଧୁରୀବଜାର, ସିଦ୍ଧେଶ୍ୱରସାହିରୁ ୪ଜଣ ଲେଖାଏଁ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। କଲେଜଛକ, ବିଡ଼ାନାସୀ, ବିଦ୍ୟାଧରପୁର, କେଶରପୁରରୁ ତିନି ଜଣ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ ବାମ୍ଫିସାହି, ଫ୍ରେଣ୍ଡ୍‌ସ କଲୋନୀ, ମଲାସାହି, ଚାନ୍ଦିନୀଚୌକ, ସିଡିଏ ସେକ୍ଟର-୧୦, ଅପର୍ଣ୍ଣାନଗର, ବାଲୁବଜାରରେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହୁଥିବା ୨ଜଣ ଲେଖାଏଁ ସଂକ୍ରମଣ ଜାଲରେ ଫସିଛନ୍ତି।BGUସରକାରୀ କ୍ୱାରେଣ୍ଟାଇନ୍‌ରେ ରହୁଥିବା ଜଣେ ୩୩ବର୍ଷୀୟ କରୋନା ଯୋଦ୍ଧାଙ୍କୁ କରୋନା ହୋଇଥିବା ସୂଚନା ରହିଛି। ସହରରୁ ଆଉ ଦୁଇ ବ୍ୟକ୍ତିଙ୍କ କରୋନା ଜନିତ ମୃତ୍ୟୁ ହୋଇଛି। ଜଣେ ୬୬ବର୍ଷୀୟ ମହିଳା ଓ ଜଣେ ୮୮ବର୍ଷୀୟ ପୁରୁଷଙ୍କ ଦେହାନ୍ତ ହୋଇଥିବା ସୂଚନା ରହିଛି।

Comment