ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ବର୍ଷ ଆସିବ କରୋନା ଟିକା। ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ଏହି କୋଭିଡ ଟିକା ଆସିବ ବୋଲି ସୋମବାର ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ।ଦେଶରେ କୋଭିଡ ପରିଚାଳନା ସଠିକ୍ ଭାବେ ଚାଲୁଥିବା ସେ କହିଛନ୍ତି। ଏଥିସହିତ ଦେଶରେ ବର୍ତ୍ତମାନ ସଂକ୍ରମଣ ହାର କମ୍ ରହିଛି। କରୋନା ଜନିତ ମୃତ୍ୟୁହାର ୧.୬ ପ୍ରତିଶତ ରହିଥିବା ସେ କହିଛନ୍ତି।BGUସେହିପରି ଦେଶରେ ସୁସ୍ଥହାର ୭୮ ପ୍ରତିଶତ ଥିବା ସେ କହିଛନ୍ତି। ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଉତ୍ତର ପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା, ଓଡ଼ିଶା, ଆସାମ, କେରଳ ଏବଂ ଗୁଜୁରାଟ ଆଦି ରାଜ୍ୟରେ ଅଧିକ ସଂକ୍ରମଣ ଓ ମୃତ୍ୟୁ ମାମଲା ସାମ୍‌ନାକୁ ଆସୁଛି। ଏହିସବୁ ରାଜ୍ୟମାନଙ୍କରେ ଏକ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ରହିଥିବା ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Comment