ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ୨୫ରୁ ଦେଶରେ ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ ରହିଥିଲା। ଅନଲକ୍ ୩.୦ର ଗାଇଡଲାଇନରେ କେନ୍ଦ୍ର ସରକାର କଟକଣାରେ ସାମାନ୍ୟ କୋହଳ କରି ସମସ୍ତ ପ୍ରକାର ଧର୍ମାନୁଷ୍ଠାନ ଖୋଲିବା ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। ମାତ୍ର ଓଡ଼ିଶା ସରକାର ଅନ୍ୟ ଏକ ନିର୍ଦ୍ଦେଶନାମା ଜାରି କରି ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନରେ ତାଲାବନ୍ଦ ନିଷ୍ପତ୍ତିକୁ ବଳବତ୍ତର ରଖିଥିଲେ। ଓଡ଼ିଶାରେ ପ୍ରାୟ ୬ ମାସ ହେବ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିବା ବେଳେ ରାଜ୍ୟର ଅଗଣିତ ଶ୍ରଦ୍ଧାଳୁ ମନ୍ଦିର ଖୋଲିବା ବାଟକୁ ଚାହିଁ ରହିଛନ୍ତି।

ହାଇକୋର୍ଟରେ ରୁଜୁ ହୋଇଛି ଦୁଇ ଜନସ୍ଵାର୍ଥ ମାମଲା

ରାଜ୍ୟରେ ଯଦି ମଦ ଦୋକାନ ଓ ସପିଂ ମଲ୍ ଖୋଲାଯାଇ ପାରୁଛି, ତେବେ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ କାହିଁକି ଖୋଲାଯାଇପାରିବ ନାହିଁ ବୋଲି ଆବେଦନ କରି ଅଗଷ୍ଟ ୬ରେ ହାଇକୋର୍ଟରେ ଦୁଇଟି ଜନସ୍ଵାର୍ଥ ମାମଲା ରୁଜୁ ହୋଇଥିଲା।BGUଅଗଷ୍ଟ ୧୦ରେ ଉଭୟ ମାମଲାର ବିଚାର କରି ହାଇକୋର୍ଟ ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଥିଲେ। ଧର୍ମାନୁଷ୍ଠାନ ଖୋଲିବା ପାଇଁ ସରକାର କି ପ୍ରକାର ବ୍ୟବସ୍ଥା କରିବେ ସେ ନେଇ ଅଗଷ୍ଟ ୨୫ ସୁଦ୍ଧା ଏକ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

କରୋନା ପ୍ରକୋପ ଆରମ୍ଭ ହେବାର ପାଖାପାଖି ୫ ମାସ ପରେ ରାଜ୍ୟରେ ସବୁଠି ସାହାଣ ମେଲା। ସପିଂ ମଲ୍, ଜିମ୍ ଏପରିକି ମଦ ଦୋକାନଗୁଡ଼ିକୁ ମଧ୍ୟ ଖୋଲି ଦିଆଯାଇଛି। ସାଧାରଣ ଚଳପ୍ରଚଳ, ରାତ୍ରିକାଳୀନ କର୍ପ୍ୟୁ ଉପରୁ କଟକଣା ହଟାଇ ଦିଆଯାଇଛି। ମାତ୍ର ଧର୍ମାନୁଷ୍ଠାନରୁ ଏ ଯାବତ୍ ତାଲା ଖୋଲି ପାରୁନାହିଁ।୧୦ ଦିନ ଭିତରେ ହାଇକୋର୍ଟଙ୍କ ପାଖରେ ଉତ୍ତର ରଖିବେ ରାଜ୍ୟ ସରକାର

ସେପ୍ଟେମ୍ଵର ୧୪ ସୋମବାର ଦିନ ଧର୍ମାନୁଷ୍ଠାନ ଖୋଲିବା ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ୧୦ ଦିନ ଭିତରେ ଏ ନେଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ଵର ୨୪ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

Comment