ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଜି ସର୍ବାଧିକ ୪୧୨୧ କୋଭିଡ୍ ରୋଗୀ ସୁସ୍ଥ
  • ଖୋର୍ଦ୍ଧାରୁ ସର୍ବାଧିକ ୭୫୨ ଜଣ ସୁସ୍ଥ
  • ରାଜ୍ୟରେ ଏଯାବତ ୧,୨୯,୮୫୯ ଜଣ ରୋଗୀ ସୁସ୍ଥ ହୋଇସାରିଲେଣି

ରାଜ୍ୟରେ ଆଜି କରୋନା କବଳରୁ ସୁସ୍ଥ ହେଲେ ସର୍ବାଧିକ ୪୧୨୧ କୋଭିଡ୍ ରୋଗୀ। ଏଥିସହ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୮୫୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।

ଖୋର୍ଦ୍ଧାରୁ ସର୍ବାଧିକ ୭୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୪୪୦ ଜଣ, ପୁରୀରୁ ୨୭୫ ଜଣ, ଯାଜପୁରରୁ ୨୭୨ ଜଣ, ନୂଆପଡ଼ାରୁ ୨୬୮ ଜଣ, ଅନୁଗୁଳରୁ ୧୮୭ ଜଣ, ବରଗଡ଼ରୁ ୧୮୧ ଜଣ, ଢେଙ୍କାନାଳରୁ ୧୫୦ ଜଣ, ମୟୂରଭଞ୍ଜରୁ ୧୨୬ ଜଣ, ସୋନପୁରରୁ ୧୨୨ ଜଣ, କୋରାପୁଟରୁ ୧୧୯ ଜଣ, ବାଲେଶ୍ଵର ଏବଂ ବଲାଙ୍ଗିରରୁ ୧୦୮ ଜଣ ଲେଖାଏଁ, ଗଞ୍ଜାମରୁ ୧୦୩ କୋଭିଡ ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି।

ଏଯାବତ ରାଜ୍ୟରୁ ମୋଟ ୧ ଲକ୍ଷ ୬୧ହଜାର ୯୨୦ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୧ ଲକ୍ଷ ୨୯ ହଜାର ୮୫୯ଜଣ ସୁସ୍ଥ ହୋଇସାରିଲେଣି।

Comment