ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାରେ କବଳରେ ରାଜ୍ୟର ଆଉ ଜଣେ ନେତା। ପୁରୀ ସଦର ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏନେଇ ସେ ସୋସିଆଲ୍ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।

ବିଧାୟକ ଜୟନ୍ତ ଷଡଙ୍ଗୀ ଲେଖିଛନ୍ତି ଯେ, ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି। ସେ ଏବେ ସଙ୍ଗରୋଧରେ ଅଛନ୍ତି। ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜ ନିଜର କରୋନା ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି।

ଏହାପୂର୍ବରୁ ରାଜ୍ୟର ବହୁ ବିଧାୟକ ଓ ମନ୍ତ୍ରୀମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ କେତେକ ସୁସ୍ଥ ହୋଇଥିବାବେଳେ ଏବେ ବି ଅନେକ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

ସେପ୍ଟେମ୍ବର ୨୯ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଯେଉଁ ବିଧାୟକମାନଙ୍କର କରୋନା ରିପୋର୍ଟ ନେଗେଟିଭ୍ ନଥିବ ସେମାନେ ବିଧାନସଭା ଅଧିବେଶନରେ ଭାଗ ନେଇପାରିବେ ନାହିଁ।

Comment