ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍। ପ୍ରଥମ ଦିନ ମୁମ୍ବାଇ ଓ ଚେନ୍ନାଇ ମ୍ୟାଚ୍ ସହ ଏହି ଟୁର୍ଣ୍ଣାମେଣ୍ଟର ବିଗୁଲ୍ ବାଜିବ। ତେବେ ଏଥରର ଆଇପିଏଲରେ ସମସ୍ତଙ୍କ ନଜର ରହିଛି ଦିଲ୍ଲୀ କ୍ୟାପିଟାଲ୍ସ ଉପରେ। ଯୁବ ନେତୃତ୍ୱ ସହ ୟଙ୍ଗ୍ ଖେଳାଳିରେ ଭରପୁର ଏହି ଟିମ୍ ଏଥର ଆଇପିଏଲ୍ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛି।

ପ୍ରଥମ ଦିନ ମ୍ୟାଚ୍ ପରେ ଦ୍ୱିତୀୟ ଦିନ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ଏହି ମ୍ୟାଚ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ରଣନୀତି ପ୍ରସ୍ତୁତ କରିସାରିଛି। ଦଳର ମେଣ୍ଟର ଥିବା ରିକି ପଣ୍ଟିଂ ଏଥିପାଇଁ ସ୍ୱତନ୍ତ୍ର ରଣନୀତି ଆପଣାଇଥିବା ସୂଚନା ମିଳିଛି।ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ ବିଭାଗରେ ବେଶ୍ ଶକ୍ତିଶାଳୀ ଥିବାଭଳି ମନେ ହେଉଛି। ଶିଖର ଧାୱନ, ପୃଥ୍ୱୀ ସ, ଶ୍ରେୟାସ୍ ଆୟାର, ରିଷଭ ପନ୍ଥ ଓ ଆଜିଙ୍କ୍ୟ ରାହାଣେଙ୍କ ଭଳି ଖେଳାଳି ଦଳର ବ୍ୟାଟିଂକୁ ମଜଭୁତ୍ କରିବେ ବୋଲି ମ୍ୟାନେଜମେଣ୍ଟ ଆଶା ରଖିଛି।

ସେହିଭଳି ବୋଲିଂରେ ମଧ୍ୟ ରାବାଡା, ଇଶାନ୍ତ, ଅମିତ ମିଶ୍ର, ଅକ୍ଷର ପଟେଲ୍ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ତେଣୁ ଦଳ ଏଥର ପ୍ରଥମ ଥର ପାଇଁ ଆଇପିଏଲ୍ ଟ୍ରଫି ହାତେଇବ ବୋଲି ଦଳର ମ୍ୟାନେଜମେଣ୍ଟ ଆଶା ରଖିଛନ୍ତି।

Comment