ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ୯୩,୩୩୭  ଆକ୍ରାନ୍ତ, ୧,୨୪୭ ମୃତ
  • ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୮୫,୬୧୯କୁ  ବୃଦ୍ଧି
  • ମୋଟ କରୋନା ପଜିଟିଭ୍ ସଂଖ୍ୟା ୫୩,୮୦,୦୧୫କୁ ବୃଦ୍ଧି

ଦେଶରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଆଜି ଗୋଟିଏ ଦିନରେ ପୁଣି ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁସଂଖ୍ୟା ୮୫ ହଜାର ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୩,୩୩୭  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ କରୋନା ପଜିଟିଭ୍ ସଂଖ୍ୟା ୫୩,୮୦,୦୧୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪୨,୦୮,୪୩୧ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୧୩,୯୬୪ଟି ଆକ୍ଟିଭ୍ କେସ୍ ରହିଛି।ସେହିପରି ଆଜି ୧,୨୪୭  ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୮୫,୬୧୯କୁ  ବୃଦ୍ଧି ପାଇଛି।

Comment