ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଜି ରାଜ୍ୟରୁ ୩୮୩୪ କରୋନା ଆକ୍ରାନ୍ତ ସୁସ୍ଥ
  • ମୋଟ ସୁସ୍ଥଙ୍କ ସଂଖ୍ୟା ୧,୫୩,୨୧୩କୁ ବୃଦ୍ଧି
  • ଖୋର୍ଦ୍ଧାରୁ ସର୍ବାଧିକ ୫୨୫ ଆକ୍ରନ୍ତ ସୁସ୍ଥ

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୮୩୪ ଆକ୍ରାନ୍ତ। ଏଥିସହ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୫୩ ହଜାର୨୧୩କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୩୮୯ ଜଣ, ପୁରୀରୁ ୨୭୪ ଜଣ, ଅନୁଗୁଳରୁ ୨୧୦ ଜଣ, ବରଗଡ଼ରୁ ୧୯୦ ଜଣ, ବାଲେଶ୍ଵରରୁ ୧୮୫ ଜଣ, ବଲାଙ୍ଗିରରୁ ୧୮୩ ଜଣ, କେନ୍ଦ୍ରପଡ଼ାରୁ ୧୫୬ ଜଣ, କଳାହାଣ୍ଡିରୁ ୧୫୦ ଜଣ, ସମ୍ଵଲପୁରରୁ ୧୩୮ ଜଣ, ଜଗତସିଂହପୁରରୁ ୧୨୩ ଜଣ, ମୟୂରଭଞ୍ଜରୁ ୧୨୨ ଜଣ, ଯାଜପୁରରୁ ୧୧୮ ଜଣ, କନ୍ଧମାଳ ଏବଂ ସୁନ୍ଦରଗଡ଼ରୁ ୧୧୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

 ରାଜ୍ୟରୁ ଏଯାବତ ମୋଟ ୧ ଲକ୍ଷ ୮୮ ହଜାର ୩୧୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଏବେ ବି ୩୮ ହଜାରରୁ ଅଧିକ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

Comment