ଓଡ଼ିଶାଲାଇଭ୍‌ ବ୍ୟୁରୋRhea chakrabarti

ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ ନାହଁ। ଗତକାଲି ରାତିରୁ ମୁମ୍ବାଇରେ ପ୍ରବଳ ବର୍ଷା କାରଣରୁ ଆଜି ହାଇକୋର୍ଟ ବନ୍ଦ ରହିଛି। ଫଳରେ ରିୟା ଓ ସୌଭିକଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନ ହେବ।

ଅନ୍ୟପଟେ ମଙ୍ଗଳବାର ମୁମ୍ବାଇର ସ୍ୱତନ୍ତ୍ର ଏନ୍‌ଡିପିଏସ୍‌ କୋର୍ଟ ରିୟାଙ୍କ ନ୍ୟାୟିକ ହେପାଜତର ସମୟ ସୀମା ବଢ଼ାଇଛନ୍ତି। ଫଳରେ ରିୟାଙ୍କୁ ଏବେ ଅକ୍ଟୋବର ୬ ଯାଏଁ ବାଏକୁଲ୍ଲା ଜେଲରେ ଦିନ କାଟିବାକୁ ପଡ଼ିବ।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣିବା ଏବଂ ତାଙ୍କ ଡ୍ରଗ୍ସ ଖାଇବାର ଅଭ୍ୟାସ କରାଇବା ଅଭିଯୋଗରେ ରିୟା ଚକ୍ରବର୍ତ୍ତୀ ଏବଂ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରେ ଦୁଇ ଦୁଇ ଥର ରିୟା ଓ ସୌଭିକଙ୍କ ଜାମିନ ଆବେଦନ ଖାରଜ ହୋଇଛି।

Comment