ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି(VSSUT)କୁ ୪ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଏନେଇ ଭିସୁଟ୍‌ର କୁଳପତି ସୂଚନା ଦେଇଛନ୍ତି।

କୁଳପତିଙ୍କ ସୂଚନା ଅନୁସାରେ ଭିସୁଟ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆଜିଠୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଭିସୁଟ୍‌କୁ ବନ୍ଦ କରାଯାଇଛି। ଏହି ସମୟ ମଧ୍ୟରେ କ୍ୟାମ୍ପସ୍‌କୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯିବ ବୋଲି କୁଳପତି ସୂଚନା ଦେଇଛନ୍ତି।ବର୍ତ୍ତମାନ ସୁଦ୍ଧା ସମ୍ବଲପୁରରୁ ୫,୪୩୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪,୩୩୭ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୭୬ଟି ଆକ୍ଟିଭ୍ କେସ୍ ରହିଛି। ଏଥିସହ ୨୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comment