ଓଡ଼ିଶାଲାଇଭ୍ ବ୍ୟୁରୋ

  • କରୋନାରେ ପ୍ରାଣ ହରାଇଲେ ଆଉ ୧୪ ଆକ୍ରାନ୍ତ
  • ଭୁବନେଶ୍ୱରର ୨ ଆକ୍ରାନ୍ତ ମୃତ
  • ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୮୪୨କୁ ବୃଦ୍ଧି

କରୋନାରେ ପ୍ରାଣ ହରାଇଲେ ଆଉ ୧୪ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୮୪୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।

ଆଜି ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୨ ଜଣ ରହିଥିବାବେଳେ ଖୋର୍ଦ୍ଧାରୁ ଜଣେ ରହିଛନ୍ତି। ସେହିପରି ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, କଳାହାଣ୍ଡି ଓ କନ୍ଧମାଳରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ଏଯାବତ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୦ ଜଣ ରୋଗୀ ପ୍ରାଣ ହରାଥିବାବେଳେ ଖୋର୍ଦ୍ଧାରୁ ୧୩୪, କଟକରୁ ୭୦, ପୁରୀରୁ ୫୬, ସୁନ୍ଦରଗଡ଼ରୁ ୪୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

 

Comment