ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୩,୩୨୬ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୧,୯୪୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୩୮୧ ଜଣ ଆକ୍ରାନ୍ତ ଚିହ୍ନଟ
  • ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୩୨,୭୧୩କୁ ବୃଦ୍ଧି

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ଆଜି ପୁଣି ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍‌ପୁଲ୍‌ରୁ ୩,୩୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୧,୯୪୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୩୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୨୬୮ ଜଣ, ଷ୍ଟେଟ୍‌ପୁଲ୍‌ରୁ ୧୪୯ ଜଣ, ଯାଜପୁରରୁ ୧୪୮ ଜଣ, ନୂଆପଡ଼ାରୁ ୧୪୭ ଜଣ, ପୁରୀରୁ ୧୪୦ ଜଣ, ମୟୂରଭଞ୍ଜରୁ ୧୩୧ ଜଣ, ବାଲେଶ୍ଵରରୁ ୧୨୨ ଜଣ, ଅନୁଗୁଳରୁ ୧୧୯ ଜଣ, ଝାରସୁଗୁଡ଼ା ଓ ସମ୍ବଲପୁରରୁ ୧୦୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହ କେନ୍ଦ୍ରାପଡ଼ା ଓ ବଲାଙ୍ଗିରରୁ ୧୦୩ ଜଣ ଲେଖାଏଁ, କେନ୍ଦୁଝରରୁ ୧୦୧ ଜଣ ଓ ବରଗଡ଼ରୁ ୯୪ ଜଣ ପଜିଟିଭ୍ ଅଛନ୍ତି।ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୩୨,୭୧୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧,୯୮,୧୯୪ ଜଣ ସୁସ୍ଥ ହୋଇଥିବା ବେଳେ ୩୩,୫୫୯ ଜଣ ଚିକିତ୍ସାଧୀନ ଅଛନ୍ତି।

Comment