ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଯୁକ୍ତ ଦୁଇ ଆଡମିସନ ଦ୍ଵିତୀୟ କଟଅଫ୍ ମାର୍କ। କଳାରେ ବିଜେବି ଆଗରେ ରହିଥିବା ବେଳେ ବିଜ୍ଞାନରେ ରେଭେନ୍ସା ଏବଂ ବାଣିଜ୍ୟରେ ବ୍ୟାସନଗର ଆଗରେ ରହିଛନ୍ତି।

କଳାରେ ୭୦ ପ୍ରତିଶତ କଟଅଫ୍ ସହ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରଥମରେ ରହିଛି। ସେହିପରି ବିଜ୍ଞାନରେ ୮୬.୩୩ ପ୍ରତିଶତ କଟଅଫ୍ ସହ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ଏବଂ ବାଣିଜ୍ୟରେ ୭୯.୬୭ ପ୍ରତିଶତ କଟଅଫ୍ ସହ ବ୍ୟାସନଗର ଉଚ୍ଚ ମାଧ୍ୟମିକ ସ୍କୁଲ ଆଗରେ ରହିଛି।

ଦ୍ଵିତୀୟ କଟଅଫ୍‌ରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ୬ ଅକ୍ଟୋବର(ମଙ୍ଗଳବାର)ଠାରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ।

Comment