ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ ୨ ପରୀକ୍ଷାର ମୂଲ୍ୟାୟନ ଏପ୍ରିଲ ୮ରୁ ଆରମ୍ଭ ହେବାକୁ ଯାଉଛି। ବୁଧବାର ପରିଷଦର ବରିଷ୍ଠ ଅଧିକାରୀଙ୍କୁ ନେଇ ବସିଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ମାର୍ଚ୍ଚ ୩୦ରେ ଶେଷ ହୋଇଛି। ଉଭୟ ଅନଲାଇନ୍‌ ଓ ଅଫଲାଇନ୍‌ରେ ଖାତା ମୂଲ୍ୟାୟନ କରାଯିବ।

ଯାହା ସୂଚନା ମିଳିଛି ବିଜ୍ଞାନ ଓ ବାଣିଜ୍ୟର ଖାତା ଅନଲାଇନ୍‌ରେ ଓ କଳା, ଧନ୍ଦମୂଳର ପରୀକ୍ଷା ଖାତା ଅଫଲାଇନ୍‌ରେ ଦେଖାଯିବ। ଏହା ସହିତ ଆଉ କିଛି ଖାତା ମଧ୍ୟ ଅନଲାଇନ୍‌ରେ ଦେଖାଯିବ।

ମୋଟ ୫୮ଟି କେନ୍ଦ୍ରରେ ଅଫଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ଓ ୩୬ଟି କେନ୍ଦ୍ରରେ ଅନଲାଇନ୍‌ ମୂଲ୍ୟାୟନ କରିବାକୁ ସ୍ଥିର କରାଯାଇଛି। ଚଳିତ ବର୍ଷ ୩ଲକ୍ଷ ୬୯ହଜାର ୫୩୭ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି।

Comment