ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଗାୟିକା ସୁସ୍ମିତା ଦାସ ଓ ତାଙ୍କ ପରିବାର ଲୋକେ ଏବେ କରୋନା ମୁକ୍ତ ହୋଇଛନ୍ତି। ସୁସ୍ମିତା ଓ ତାଙ୍କ ସ୍ୱାମୀ ସିଦ୍ଧାନ୍ତ ଦାସ(ଅବସରପ୍ରାପ୍ତ ଆଇଏଫଏସ) କରୋନା ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହେଉଥିଲେ।

ସୁସ୍ମିତା କରୋନା ବେଳର ଅନୁଭୂତିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ କରୋନା ନେଇ ସମସ୍ତେ ସଚେତନ ରହିବା ଦରକାର ଏବଂ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବା ଆବଶ୍ୟକ।ସିଦ୍ଧାନ୍ତ ଦାସ ଔଷଧ ସେବନ କରି ଭଲ ହୋଇଥିବା ବେଳେ ସୁସ୍ମିତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା କାରଣ ତାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା। ଖବର ଅନୁସାରେ ତାଙ୍କ ଘରେ କାମ କରୁଥିବା ବ୍ୟକ୍ତି ଯିଏକି ଆଉଟ୍ ହାଉସ୍‌ରେ ରହୁଥିଲେ ତାଙ୍କୁ ପ୍ରଥମେ କରୋନା ସଂକ୍ରମଣ ହୋଇଥିଲା। ସେ ଏଥିରେ ପ୍ରାଣ ହରାଇଥିଲେ।ସୁସ୍ମିତା ଲେଖିଛନ୍ତି, “ମୋ ସ୍ୱାମୀ ଅଳ୍ପ ଦିନ ଭିତରେ ଭଲ ହୋଇଗଲେ। କିନ୍ତୁ ମୋତେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ଆମେ ମୋଟ ୫ ଜଣ କୋଭିଡ୍‌ରେ ସଂକ୍ରମିତ ହୋଇଥିଲୁ ଓ ଚାରି ଜଣ ସୁସ୍ଥ ହୋଇପାରିଲୁ।”

Comment