ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୩,୧୪୪ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୧,୮୨୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୩୧୯ ଜଣ ଆକ୍ରାନ୍ତ
  • ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୪୪,୧୪୨କୁ ବୃଦ୍ଧି

ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଆଜି ଆଉ ୩,୧୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୧,୮୨୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୩୧୯ ଜଣ ପଜିଟିଭ୍ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୨୪୩ ଜଣ, ସମ୍ବଲପୁରରୁ ୧୩୬ ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୩୦ ଜଣ, ଅନୁଗୁଳରୁ ୧୨୮ ଜଣ, କଳାହାଣ୍ଡିରୁ ୧୨୪ ଜଣ, ପୁରୀରୁ ୧୨୨ ଜଣ, କଳାହାଣ୍ଡିରୁ ୧୧୬ ଜଣ, ମୟୂରଭଞ୍ଜରୁ ୧୧୫ ଜଣ, ନୂଆପଡ଼ାରୁ ୧୧୪ ଜଣ, ନବରଙ୍ଗପୁରରୁ ୧୦୭ ଜଣ, ସୁନ୍ଦରଗଡ଼ରୁ ୧୦୫ ଜଣ, ଭଦ୍ରକ ଓ ଯାଜପୁରରୁ ୧୦୧ ଜଣ ଲେଖାଏଁ ପଜିଟିଭ୍ ଅଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୪୪,୧୪୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୧୩,୬୭୨ ଜଣ ସୁସ୍ଥ ହୋଇଥିବା ବେଳେ ୨୯,୪୪୩ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି।

Comment