ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ରାଜଭବନ ପାଖରେ ଥିବା ପେଟ୍ରୋଲ ପମ୍ପ୍ ଅଞ୍ଚଳ ଏବେ ବିପଦମୁକ୍ତ ହୋଇଛି। ଏନେଇ ଅଗ୍ନିଶମ ବିଭାଗ ଡିଜି ସତ୍ୟଜିତ ମହାନ୍ତି ଟୁଇଟ୍ କରି ସୂଚନା ଦେଇଛନ୍ତି।

ଡିଜିଙ୍କ ସୂଚନା ଅନୁସାରେ ଗତକାଲି ପେଟ୍ରୋଲ ପମ୍ପ୍‌ରେ ବିସ୍ଫୋରଣ ହେବା ପରେ ଟ୍ୟାଙ୍କରରୁ ଏଲ୍‌ପିଜି ଗ୍ୟାସ୍ ବାହାର କରାଯାଇଛି। ବିଳମ୍ବିତ ରାତିରେ ଆଇଓସିଏଲ୍‌ ଟିମ୍‌ ଗ୍ୟାସ୍ ନିଷ୍କାସନ କରିଛନ୍ତି। ତେଣୁ ଏବେ ଆଉ କୌଣସି ଭୟ ନାହିଁ ବୋଲି ଡିଜି ସ୍ପଷ୍ଟ କରିଛନ୍ତି।

ଗତକାଲି ଅପରାହ୍ଣରେ ରାଜଭବନ ପାଖରେ ଥିବା ଏହି ପେଟ୍ରୋଲ ପମ୍ପ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ପାଖାପାଖି ୩୦ ଜଣ ଲୋକ ଏଥିରେ ଆହତ ହୋଇଥିଲେ। ସେଥିମଧ୍ୟରୁ ୯ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଜଣେ ଗୁରୁତର ଆହତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଗତକାଲି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ପେଟ୍ରୋଲ ପମ୍ପ୍‌ ପାଖରେ ଥିବା ଘରଗୁଡ଼ିକର କାଚ, ଆଜବେଷ୍ଟସ୍‌ ଆଦି ଭାଙ୍ଗି ଯାଇଥିଲା। ସେହିପରି ଏଣେତେଣେ ଲୋକଙ୍କ ହାତ, ଗୋଡ଼, ପାପୁଲି, ଆଙ୍ଗୁଠି, ଖପୁରି, ମାଂସ ଖଣ୍ଡ ଆଦି ଛିନ୍‌ଛତ୍ର ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା।

Comment