ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପୋଲିସର ନୂଆ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଅଭୟ। କଟକସ୍ଥିତ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଅଭୟ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଭୟ ହେଉଛନ୍ତି ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ଅଫିସର। ନଭେମ୍ବର ୨୦ରେ ଅଭୟଙ୍କୁ ପୋଲିସ ଡିଜି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ।

ଅଭୟ କାର୍ଯ୍ୟରେ ଯୋଗ ଦେବା ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତିଙ୍କୁ କାମଚଳା ଡିଜି ଭାବେ ଦାୟିତ୍ୱ ଦେଇଥିଲେ। ସତ୍ୟଜିତଙ୍କଠାରୁ ଅଭୟ ଡିଜି ଦାୟିତ୍ୱ ଗ୍ରହଣ କରିଛନ୍ତି।

ଅଭୟ ପୂର୍ବରୁ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜି ମଧ୍ୟ ରହିଥିଲେ। ସିଆର୍‌ପିଏଫ୍‌ର ଅତିରିକ୍ତ ଡିଜି (ତାଲିମ୍‌) ସହ ସିବିଆଇରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି।

ନୂଆ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅଭୟ କହିଛନ୍ତି, ‘‘ମାଓ ହିଂସା ନିୟନ୍ତ୍ରଣ କରିବା ପାଇଁ କାମ କରାଯିବ। ମାଓ ହିଂସା କିପରି ଓଡ଼ିଶାରୁ ହ୍ରାସ ପାଇବ ସେନେଇ ଅଧିକ କାର୍ଯ୍ୟ କରାଯିବ। ମୋ ସରକାର ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକ ପଦକ୍ଷେପ ନିଆଯିବ।’’

Comment