ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ପାଇଁ ଆସିଛି ଏକ ଭଲ ଖବର। ବର୍ତ୍ତମାନ ଜେଲରେ ଥିବା ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ଚାଇବାସା ଟ୍ରେଜେରି କେସରେ ଜାମିନ୍ ମିଳିଯାଇଛି। ଏହାପରେ ମଧ୍ୟ ଲାଲୁ ଚାରା ଘୋଟାଲା କେସ୍ ପାଇଁ ବର୍ତ୍ତମାନ ଜେଲରେ ରହିବେ ବୋଲି ଜଣାପଡ଼ିଛି।

ଚାଇବାସା ଟ୍ରେଜେରି କେସରେ ଲାଲୁ ନିଜର ଅଧା ଜେଲଦଣ୍ଡ ଭୋଗିସାରିଛନ୍ତି। ଏହାପରେ ସେ ଜାମିନ୍ ପାଇଁ ଆବେଦନ କରିଥିଲେ। ଆଜି କୋର୍ଟ ତାଙ୍କୁ ଏହି ଚାଇବାସା ଟ୍ରେଜେରି କେସରେ ଜାମିନ୍ ଦେଇଛନ୍ତି। ତେବେ ଲାଲୁଙ୍କ ଚାରା ଘୋଟାଲା କେସରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ଏବେ ବି ଜେଲରେ ରହିବେ। କୋର୍ଟ ଚାରା ଘୋଟାଲା କେସରେ ଲାଲୁଙ୍କୁ ଜାମିନ୍ ଦେଇନାହାନ୍ତି।

ଅନ୍ୟପଟେ ଲାଲୁଙ୍କ ଓକିଲ କହିଛନ୍ତି ଯେ, ଖୁବଶୀଘ୍ର ଚାରା ଘୋଟାଲା କେସରେ ମଧ୍ୟ ଲାଲୁଙ୍କୁ ଜାମିନ୍ ମିଳିବ। ଏପରି ହେଲେ ନଭେମ୍ବର ବେଳକୁ ଲାଲୁ ଜେଲରୁ ବାହାରିସାରିଥିବେ ବୋଲି ସେ କହିଛନ୍ତି।

Comment