ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଲୁଙ୍କୁ ରାତିରେ ହଉନି ନିଦ, କିଡ୍‌ନୀ ଉପରେ ପଡ଼ୁଛି ପ୍ରଭାବ

ବଡ଼ପୁଅକୁ ନେଇ ଟେନସନରେ ଆରଜେଡି ମୁଖିଆ ଲାଲୁ ପ୍ରସାଦ ଯାଦବ। ସ୍ୱାସ୍ଥ୍ୟବସ୍ଥା ଖରାପ କାରଣରୁ ଲାଲୁ ଏବେ ରାଞ୍ଚି ରିମ୍ସ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ବଡ଼ ପୁଅ ତେଜପ୍ରତାପ ଓ ବୋହୂ ଐଶ୍ୱର୍ଯ୍ୟାଙ୍କ ଛାଡ଼ପତ୍ର ଘଟଣା ଶୁଣିବା ପରେ ଲାଲୁଙ୍କ ଡିପ୍ରେସନ ଲେବଲ ବଢ଼ିଯାଇଛି। ଏପରିକି ତାଙ୍କୁ ଠିକରେ ନିଦ ମଧ୍ୟ ଆସୁନାହିଁ।

ଲାଲୁଙ୍କୁ ଠିକରେ ନିଦ ନ ହେବା କାରଣରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଲମ୍ବା ସମୟ ଧରି ମଧୁମେହ ରୋଗରେ ପୀଡ଼ିତ ଥିବା ଲାଲୁଙ୍କର କିଡ୍‌ନୀ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ଲାଲୁଙ୍କର କିଡ୍‌ନୀ ମାତ୍ର ୫୦ ପ୍ରତିଶତ କାମ କରୁଛି। ଅନେକ ରୋଗରେ ପୀଡ଼ିତ ଲାଲୁଙ୍କର ମୁଣ୍ଡ ମଧ୍ୟ ମଝିରେ ମଝିରେ ଚକ୍କର କାଟୁଛି। ଛାଡ଼ପତ୍ର ନିଷ୍ପତ୍ତି ନେବା ପରେ ତେଜପ୍ରତାପ ବାବା ଲାଲୁ ପ୍ରସାଦଙ୍କୁ ଭେଟିବାକୁ ରାଞ୍ଚି ହସ୍ପିଟାଲ ଯାଇଥିଲେ।

ଲାଲୁଙ୍କୁ ଭେଟିବା ପରେ ତାଙ୍କ ବିରୋଧରେ ପୂରା ପରିବାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଥିଲେ। ଐଶ୍ୱର୍ଯ୍ୟାଙ୍କୁ ସମସ୍ତେ ସମର୍ଥନ କରୁଥିବା କହିଛନ୍ତି ତେଜପ୍ରତାପ। ଏପରିକି ଛାଡ଼ପତ୍ରକୁ ନେଇ ସେ ତାଙ୍କ ବାପାଙ୍କ କଥା ମଧ୍ୟ ମାନିବେ ନାହିଁ ବୋଲି କହିଥିଲେ ଓ ଛାଡ଼ପତ୍ର ନିଷ୍ପତ୍ତିରେ ଅଟଳ ରହିଥିଲେ। ଆଉ ଏଭଳି ଘଟଣା ଜାଣିବା ପରେ ଲାଲୁଙ୍କର ଡିପ୍ରେସନ ବଢିଯାଇଥିବା ବେଳେ ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ଅବନତି ଦେଖାଦେଇଛି।

Comment