ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପର୍ଯ୍ୟଟନରେ ଯୋଡ଼ି ହୋଇଛି ଆଉ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ। ପୁରୀ ଗୋଲ୍ଡେନ ବେଳାଭୂମି ଲାଭ କରିଛି ଅନ୍ତର୍ଜାତୀୟ ‘ବ୍ଲୁ ଫ୍ଲାଗ୍’ର ମାନ୍ୟତା। ରବିବାର ଡେନମାର୍କ ଜୁରି ପକ୍ଷରୁ ପୁରୀ ବେଳାଭୂମିକୁ ଏହି ମାନ୍ୟତା ମିଳିଥିବା ନେଇ ଘୋଷଣା କରାଯାଇଛି।ବିଶ୍ଵ ସ୍ତରୀୟ ବେଳାଭୂମିରେ ପୁରୀ ବେଳାଭୂମି ସ୍ଥାନ ପାଇବେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଟୁଇଟ୍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ପୁରୀ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍’ ମାନ୍ୟତା ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଡେନମାର୍କ ଜୁରିକୁ ସୁପାରିସ କରାଯାଇଥିଲା। ଦେଶରେ ମୋଟ ୮ ଗୋଟି ବେଳାଭୂମିର ନାମକୁ ଏହି ଟ୍ୟାଗ୍ ପାଇଁ ସୁପାରିସ କରାଯାଇଥିଲା। ପୁରୀ ବେଳାଭୂମି ଏମାନଙ୍କ ମଧ୍ୟରୁ ଅନ୍ୟତମ।

Comment