ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହିତ ଲୋକଙ୍କ ଅପେକ୍ଷା ଅବିବାହିତ ଲୋକଙ୍କ  କ୍ଷେତ୍ରରେ କରୋନା ଭୂତାଣୁ ଅଧିକ ବିପଦଜନକ ହୋଇପାରେ। ଯେଉଁ ଲୋକମାନେ ବିବାହ କରିନାହାନ୍ତି ତାଙ୍କୁ କରୋନା ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି। ସ୍ୱିଡେନର ଷ୍ଟକହୋମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଏଭଳି କିଛି ଚେତାବନୀ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି।

ଷ୍ଟକହୋମ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଦାବି କରିଛନ୍ତି ଯେ, ଅବିବାହିତ ଲୋକମାନଙ୍କୁ କରୋନା ପ୍ରତି ଅଧିକ ବିପଦ ରହିଛି। ତା ସହିତ ଅଳ୍ପ ଶିକ୍ଷିତ, କମ ଆୟ କରୁଥିବା ବ୍ୟକ୍ତି ଓ ମଧ୍ୟମ ଆୟ ଥିବା ଦେଶରେ କରୋନା ମୃତ୍ୟୁର ସମ୍ଭାବନା ମଧ୍ୟ ଅଧିକ ରହିଥାଏ ବୋଲି ସେମାନେ ଦାବି କରିଛନ୍ତି।ଏଥିସହିତ ଷ୍ଟକହୋମ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ କରୋନା ବିପଦ ଅଧିକ ରହିଥାଏ। ମହିଳାମାନଙ୍କ ଅପେକ୍ଷା ପୁରୁଷଙ୍କ ଏହି ଭୂତାଣୁ ପ୍ରତି ଦୁଇଗୁଣା ଅଧିକ ବିପଦ ରହିଛି ବୋଲି ସେ କହିଛନ୍ତି।

ଅବିବାହିତ ପୁରୁଷ କିମ୍ବା ମହିଳାଙ୍କୁ ବିବାହିତ ଲୋକଙ୍କ ତୁଳନାରେ ଦୁଇ ଗୁଣରୁ  ଅଧିକ ବିପଦ ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟକୁ ଦେଖି ଅବିବାହିତ ଲୋକଙ୍କ ଚିନ୍ତା ବଢ଼ିଯାଇଛି।

Comment