ଓଡ଼ିଶାଲାଇଭ୍ ବ୍ୟୁରୋ

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସେ ହୋମ୍ ଆଇସୋଲେସନ୍‌ରେ ଅଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।

କିଛି ଦିନ ପୂର୍ବରୁ ଜୟରାମ ଠାକୁର ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ତେଣୁ ଗତ ଏକ ସପ୍ତାହ ହେଲା ସେ ହୋମ୍‌ କ୍ଵାରେଣ୍ଟାଇନ୍‌ରେ ଥିଲେ। ତେବେ ଗତ ଦୁଇ ଦିନ ହେବ ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଆଜି କରୋନା ଟେଷ୍ଟ କରାଇବା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ହୋମ୍‌ ଆଇସୋଲେସନ୍‌ରେ ଥିବା ନେଇ ଜୟରାମ ସୂଚନା ଦେଇଛନ୍ତି।

Comment