ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟରୁ ମୋଟ୍ ୨୭୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ସର୍ବୋପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ନୂଆପଡ଼ାରୁ ୧୮୯ ଜଣ, କଟକରୁ ୧୮୩ ଜଣ, ବରଗଡ଼ରୁ ୧୪୮ ଜଣ, କେନ୍ଦ୍ରାପଡ଼ାରୁ ୧୩୬ ଜଣ, ଅନୁଗୁଳରୁ ୧୨୩ ଜଣ, ଯାଜପୁରରୁ ୧୧୭ ଜଣ, ଭଦ୍ରକରୁ ୧୧୪ ଜଣ, ସମ୍ଵଲପୁରରୁ ୧୦୫ ଜଣ ଏବଂ ମୟୂରଭଞ୍ଜରୁ ୧୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏଥିସହିତ ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨୩୫୭୬୩ରେ ପହଞ୍ଚିଛି।

Comment