ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୨,୪୭୦ ନୂଆ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୧,୪୬୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୦୦୮ ଜଣ ଚିହ୍ନଟ
  • ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୨,୦୧୧କୁ ବୃଦ୍ଧି
  • ପୁଣି ୧୭ ଆକ୍ରାନ୍ତଙ୍କ ମୃତ୍ୟୁ
  • ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୦୮୯କୁ ବୃଦ୍ଧି

ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଆଜି ଚିହ୍ନଟ ହୋଇଛନ୍ତି ୨,୪୭୦ ନୂଆ ଆକ୍ରାନ୍ତ। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୧,୪୬୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୦୦୮ ଜଣ ପଜିଟିଭ୍ ଅଛନ୍ତି। ସେହିପରି ଆଜି ରାଜ୍ୟରେ ୧୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୬୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୮୬ ଜଣ, ଅନୁଗୁଳରୁ ୧୭୦ ଜଣ, ସୁନ୍ଦରଗଡ଼ରୁ ୧୬୧ ଜଣ, ମୟୂରଭଞ୍ଜରୁ ୧୩୪ ଜଣ, ବାଲେଶ୍ଵରରୁ ୧୦୬ ଜଣ, ବଲାଙ୍ଗିରରୁ ୯୧ ଜଣ ଆକ୍ରାନ୍ତ ଅଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୨,୦୧୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୩୫,୭୬୩ ଜଣ ସୁସ୍ଥ ହୋଇଥିବା ବେଳେ ୨୫,୧୦୬ ଜଣ ସକ୍ରିୟ ରୋଗୀ ଅଛନ୍ତି। ସେହିପରି ଆଜିର ୧୭ ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୦୮୯କୁ ବୃଦ୍ଧି ପାଇଛି।

Comment