ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୨,୧୩୮ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୧,୨୫୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୮୮୭ ଜଣ ଚିହ୍ନଟ
  • ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୪,୧୪୯କୁ ବୃଦ୍ଧି
  • ଆଜି ଆଉ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ
  • ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୧୦୪କୁ ବୃଦ୍ଧି

ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଶୁକ୍ରବାର ଚିହ୍ନଟ ହୋଇଛନ୍ତି ୨,୧୩୮ ନୂଆ ଆକ୍ରାନ୍ତ। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୧,୨୫୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୮୮୭ ଜଣ ପଜିଟିଭ୍ ଅଛନ୍ତି। ସେହିପରି ଆଜି ୧୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୬୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୫୬ ଜଣ, ଅନୁଗୁଳରୁ ୧୫୧ ଜଣ, ସୁନ୍ଦରଗଡ଼ରୁ ୧୩୭ ଜଣ, ମୟୂରଭଞ୍ଜରୁ ୧୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୪,୧୪୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୩୮,୫୩୫ ଜଣ ସୁସ୍ଥ ହୋଇଥିବା ବେଳେ ୨୪,୪୫୭ ଜଣ ସକ୍ରିୟ ରୋଗୀ ଅଛନ୍ତି।ଅନ୍ୟପଟେ ଆଜିର ୧୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୧୦୪କୁ ବୃଦ୍ଧି ପାଇଛି।

Comment