ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଆଜି ଗୋଟିଏ ଦିନରେ ୨,୦୧୯ ପଜିଟିଭ୍ ଚିହ୍ନଟ
  • କ୍ଵାରେଣ୍ଟାଇନ୍‌ରୁ ୧,୧୬୮ ଜଣ, ୮୫୧ଟି ଲୋକାଲ୍ କେସ୍
  • ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୮,୩୬୪କୁ ବୃଦ୍ଧି
  • ଆଉ ୧୪ ଆକ୍ରାନ୍ତଙ୍କ ମୃତ୍ୟୁ
  • ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୧୩୫କୁ ବୃଦ୍ଧି

ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଆଜି ଚିହ୍ନଟ ହୋଇଛନ୍ତି ଆଉ ୨,୦୧୯ ନୂଆ ଆକ୍ରାନ୍ତ। ସେଥିମଧ୍ୟରେ ୧,୧୬୮ ଜଣ କ୍ଵାରେଣ୍ଟାଇନ୍‌ରୁ ଥିବା ବେଳେ ୮୫୧ଟି ଲୋକାଲ କେସ୍ ରହିଛି। ସେହିପରି ଆଜି ରାଜ୍ୟରେ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୫୦ ଜଣ, ଅନୁଗୁଳରୁ ୧୨୯ ଜଣ, ମୟୂରଭଞ୍ଜରୁ ୧୧୧ ଜଣ, ସୁନ୍ଦରଗଡ଼ରୁ ୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୬୮,୩୬୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୪୪,୨୨୭ ଜଣ ସୁସ୍ଥ ହୋଇଥିବା ବେଳେ ୨୨,୯୪୯ ଜଣ ସକ୍ରିୟ ରୋଗୀ ଅଛନ୍ତି।ଅନ୍ୟପଟେ ଆଜି ରାଜ୍ୟରେ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୧୩୫କୁ ବୃଦ୍ଧି ପାଇଛି।

Comment