ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଆଜି ଗୋଟିଏ ଦିନରେ ୧,୯୮୨ ପଜିଟିଭ୍ ଚିହ୍ନଟ
  • କ୍ଵାରେଣ୍ଟାଇନ୍ରୁ ୧,୧୫୬ ଜଣ, ୮୨୬ଟି ଲୋକାଲ୍ କେସ୍
  • ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୦,୩୪୬କୁ ବୃଦ୍ଧି
  • ଆଉ ୧୭ଆକ୍ରାନ୍ତଙ୍କ ମୃତ୍ୟୁ
  • ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ,୧୫୨କୁ ବୃଦ୍ଧି

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ତଳକୁ ଖସିଛି। ଆଜି ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଚିହ୍ନଟ ହୋଇଛନ୍ତି ୧,୯୮୨ ଜଣ ନୂଆ ପଜିଟିଭ୍। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୧,୧୫୬ ଜଣ ଥିବା ବେଳେ ୮୨୬ଟି ଲୋକାଲ୍ କେସ୍ ରହିଛି। ସେହିପରି ଆଜି ୧୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୪୫ ଜଣ, ଅନୁଗୁଳରୁ ୧୧୯ ଜଣ, ମୟୂରଭଞ୍ଜରୁ ୧୦୭ ଜଣ ଓ ସୁନ୍ଦରଗଡ଼ରୁ ୯୮ ଜଣ ଆକ୍ରାନ୍ତ ଅଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୭୦,୩୪୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୪୬,୮୩୭ ଜଣ ସୁସ୍ଥ ହୋଇଥିବା ବେଳେ ୨୨,୩୦୪ ଜଣ ସକ୍ରିୟ ରୋଗୀ ଅଛନ୍ତି। ଅନ୍ୟପଟେ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୧୫୨କୁ ବୃଦ୍ଧି ପାଇଛି।

Comment