ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଆଜି ଗୋଟିଏ ଦିନରେ ,୯୦୪ ପଜିଟିଭ୍ ଚିହ୍ନଟ
  • କ୍ଵାରେଣ୍ଟାଇନ୍ରୁ୧,୧୧୫ ଜଣ୭୮୯ଟି ଲୋକାଲ୍ କେସ୍
  • ରାଜ୍ୟରେମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୨,୨୫୦କୁ ବୃଦ୍ଧି
  • ଆଉ୧୬ ଆକ୍ରାନ୍ତଙ୍କ ମୃତ୍ୟୁ
  • ମୋଟକରୋନାଜନିତ ମୃତ୍ୟୁସଂଖ୍ୟା ,୧୬୮କୁ ବୃଦ୍ଧି

ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଆଜି ୧,୯୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୧,୧୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭୮୯ ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି ଆଜି ୧୬ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୂଆପଡ଼ାରୁ ୧୨୮ ଜଣ, କଟକରୁ ୧୧୧ ଜଣ, ଅନୁଗୁଳରୁ ୧୦୯ ଜଣ, କେନ୍ଦ୍ରାପଡ଼ାରୁ ୧୦୬ ଜଣ, ସୁନ୍ଦରଗଡ଼ରୁ ୧୦୦ ଜଣ ପଜିଟିଭ୍ ଅଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୨,୨୫୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୪୯,୫୭୫ ଜଣ ସୁସ୍ଥ ହୋଇଥିବା ବେଳେ ୨୧,୪୫୪ ଜଣ ସକ୍ରିୟ ରୋଗୀ ଅଛନ୍ତି। ସେହିପରି ଆଜିର ୧୬ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୧୬୮କୁ ବୃଦ୍ଧି ପାଇଛି।

Comment