ଓଡ଼ିଶାଲାଇଭ୍ ବ୍ୟୁରୋ

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର୍ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। କରୋନା ପାଇଁ ଚଳିତ ବର୍ଷ ଯାତ୍ରାକୁ ବିନାଭକ୍ତରେ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଗୁରୁବାର ଏ ବାବଦରେ କଳାହାଣ୍ଡି ଜିଲ୍ଲାପାଳ ଗାଭିଲି ପରାଗ ହର୍ଷଦ ସୂଚନା ଦେଇଛନ୍ତି।

ଆସନ୍ତା ୨୪ରୁ ଛତର୍ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ଜନ ସମାଗମ ରୋକିବା ପାଇଁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୨୩ରୁ ୨୫ ଭବାନୀପାଟଣା ପୌରାଞ୍ଚଳରେ ୧୪୪ ଧାରା ଲାଗୁ କରାଯିବ।

ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକତ୍ରିତ ନହେବା ନିର୍ଦ୍ଦେଶ ଦିଆଯିବା ସହ ସୋସିଆଲ ମିଡିଆରେ ମା’ଙ୍କ ଯାତ୍ରା ଦର୍ଶନ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ଏହି ୩ଦିନ ମଧ୍ୟରେ ପୌରାଞ୍ଚଳକୁ ଲୋକଙ୍କ ଆସିବା ଉପରେ ରୋକ ଲଗାଯାଇଛି। କେବଳ ଜରୁରୀ ସେବା ଛାଡ଼ି ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି।

Comment