ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ମୃତ୍ୟୁସଂଖ୍ୟାରେ ରୋକ୍ ଲାଗି ପାରୁନାହିଁ। ଆଜି ପୁଣି ୧୮ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏଥିସହ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୨୧୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଅନୁଗୁଳରେ ୩ ଜଣ ପୁରୁଷ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୭୬, ୩୮ ଓ ୬୨ ବର୍ଷ ବୋଲି ଜଣାପଡ଼ିଛି। ସେହିପରି ଗଜପତିରେ ମଧ୍ୟ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକମାନେ ସମସ୍ତେ ପୁରୁଷ ଓ ସେମାନଙ୍କର ବୟସ ଯଥାକ୍ରମେ ୬୦, ୪୫ ଓ ୫୦ ବର୍ଷ ବୋଲି ସୂଚନା ମିଳିଛି।

ଏଥିସହ ଖୋର୍ଦ୍ଧାରେ ଜଣେ ୩୫ ବର୍ଷୀୟ ପୁରୁଷ ଆକ୍ରାନ୍ତ ଓ ଭୁବନେଶ୍ଵରର ୬୨ ଓ ୬୦ ବର୍ଷୀୟ ଦୁଇଜଣ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜର ୫୧ ଓ ୭୦ ବର୍ଷୀୟ ପୁରୁଷ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିପରି ଯାଜପୁରରେ ୨୯ ଓ ୬୮ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଭଦ୍ରକ, ଢେଙ୍କାନାଳ, ମାଲକାନଗିରି, ନବରଙ୍ଗପୁର ଓ ପୁରୀରୁ ଜଣେ ଲେଖାଏଁ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକମାନଙ୍କ ବୟସ ଯଥାକ୍ରମେ ୪୩, ୬୬, ୭୦, ୫୦ ଓ ୬୪ ବର୍ଷ ବୋଲି ସୂଚନା ମିଳିଛି।

ମୃତକମାନେ କରୋନା ପଜିଟିଭ୍ ହେବା ସହିତ ଡାଇବେଟିସ୍, ହାଇପର୍‌ଟେନ୍‌ସନ୍ ଆଦି ରୋଗରେ ପୀଡ଼ିତ ଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment