ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଆଜି ୧,୭୯୩ ନୂଆ ପଜିଟିଭ୍ ଚିହ୍ନଟ
  • କ୍ଵାରେଣ୍ଟାଇନ୍‌ରୁ ୧,୦୩୧ ଜଣ, ୭୬୨ଟି ଲୋକାଲ୍ କେସ୍
  • ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୭୭,୮୮୭କୁ ବୃଦ୍ଧି

ରାଜ୍ୟରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଆଜି ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ୧,୭୯୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୧,୦୩୧ ଜଣ ଥିବା ବେଳେ ୭୬୨ଟି ଲୋକାଲ୍ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୬୦ ଜଣ, ଅନୁଗୁଳରୁ ୧୦୭ ଜଣ, ମୟୂରଭଞ୍ଜରୁ ୧୦୪ ଜଣ, ସୁନ୍ଦରଗଡ଼ରୁ ୯୯ ଜଣ ପଜିଟିଭ୍ ଅଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୭୭,୮୮୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୫୭,୦୪୧ ଜଣ ସୁସ୍ଥ ହୋଇଥିବା ବେଳେ ୧୯,୫୭୯ ଜଣ ସକ୍ରିୟ ରୋଗୀ ଅଛନ୍ତି।

Comment