ଓଡ଼ିଶାଲାଇଭ୍ କରୋନା ବ୍ୟୁରୋcorona case-2

ରାଜ୍ୟରେ ଆଜି ଆଉ ୧୫ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୨୨୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋଦ୍ଧା ଜିଲ୍ଲା ଭୁବନେଶ୍ଵରରେ ୬୪ ବର୍ଷୀୟ ଜଣେ ପୁରୁଷ ଓ ୩୯ ବର୍ଷୀୟା ଜଣେ ମହିଳା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିପରି ମୟୂରଭଞ୍ଜରେ ୬୨ ଓ ୪୨ ବର୍ଷୀୟ ୨ ଜଣ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ରେ ୭୩ ଓ ୭୮ ବର୍ଷୀୟ ୨ ଜଣ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ଏଥିସହ କନ୍ଧମାଳ ଓ ବାଲେଶ୍ଵରରେ ଜଣେ ଲେଖାଏଁ ମହିଳା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୬୨ ଓ ୫୨ ବର୍ଷ ବୋଲି ସୂଚନା ମିଳିଛି। ସେହିପରି ଅନୁଗୁଳ, ଗଜପତି, ସମ୍ବଲପୁର, ପୁରୀ, ବରଗଡ଼, ଝାରସୁଗୁଡ଼ା ଓ ବୌଦ୍ଧରେ ଜଣେ ଲେଖାଏଁ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକମାନଙ୍କ ବୟସ ଯଥାକ୍ରମେ- ୬୦, ୬୯, ୬୦, ୪୮, ୫୩, ୬୦ ଓ ୫୧ ବୋଲି ଜଣାପଡ଼ିଛି।

ମୃତକମାନେ କରୋନା ପଜିଟିଭ୍ ହେବା ସହିତ ଡାଇବେଟିସ୍, ହାଇପର୍‌ଟେନ୍‌ସନ୍ ଆଦି ରୋଗରେ ପୀଡ଼ିତ ଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment