ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ମହାସମରରେ ଆଜି ଦେଖିବାକୁ ମିଳିବ ଏକ ଦମ୍‌ଦାର ମୁକାବିଲା। କାହିଁକି ନା ଆଜି ମଇଦାନ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ। ଅପରାହ୍ଣ ସାଢ଼େ ୩ଟାରେ ଏହି ମ୍ୟାଚ୍ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଖେଳାଯିବ।

ଟୁର୍ଣ୍ଣାମେଣ୍ଟରେ ଏହି ଦୁଇଟି ଯାକ ବେଶ୍ ମଜବୁତ ଦଳ ଭାବେ ଜଣା ଆଉ ଏଯାବତ୍ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି। ଖାସ୍ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁର ଖେଳାଳିମାନେ ଆଇପିଏଲ୍ ମଇଦାନ୍‌ରେ ନିଜ ଯାଦୁ ଦେଖାଇ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନ ଅକ୍ତିଆର କରିଛନ୍ତି। ଅନ୍ୟପଟେ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ହାରି କ୍ଵାଲିଫାୟାରକୁ ଯିବାର ଆଶା କ୍ଷୀଣ କରିଛି ଚେନ୍ନାଇ ସୁପର କିଙ୍ଗସ୍। ତେଣୁ ଆଜିର ଏହି ସୁପର ମୁକାବିଲାରେ କିଏ ବାଜିମାତ୍ କରିବ ତାହା ଦେଖିବା ବାକି ରହିଲା।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ                       

ବିରାଟ କୋହଲି(ଅଧିନାୟକ), ମହମ୍ମଦ ସିରାଜ୍, କ୍ରିସ୍ ମୋରିସ୍, ଜୋସ୍ ଫିଲିପ, ମୋଇନ୍ ଅଲ୍ଲୀ, ଆରୋନ୍ ପିଞ୍ଚ୍, ଏ ବି ଡେଭିଲିୟର୍ସ, ସାହାବାଜ୍ ଅହମ୍ମଦ, ପାର୍ଥିବ ପଟେଲ୍, ୟୁଜୁଭେନ୍ଦ୍ର ଚାଓ୍ଵାଲା, ନବଦୀପ୍ ସାଇନି, ଇସୁରୁ ଉଦାନା, ଡାଲେ ଷ୍ଟେନ୍, ପବନ୍ ନେଗି, ଦେବଦତ୍ତ ପାଡିକାଲ୍, ଶିଭମ୍ ଦୁବେ, ଉମେଶ ଯାଦବ, ଗରୁକିରତ୍ ମନ୍ସିଂ, ଓ୍ଵାସିଂଟନ୍ ସୁନ୍ଦର, ପବନ ଦେଶପାଣ୍ଡେ, କାନି ରିଚାର୍ଡସନ୍।

ଚେନ୍ନାଇ ସୁପର କିଙ୍ଗ୍

ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଇମ୍ରାନ ତାହିର୍, ଲୁଙ୍ଗି ନିଗିଡି, ଋତୁରାଜ ଗାଏକ୍ଵାଡ୍, ସେନ୍ ଓ୍ଵାଟସନ୍, ଅମ୍ଵାତି ରାଇଡୁ,ମୂରଲୀ ବିଜୟ, କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ଦିପକ ଚହର, ପିୟୁଷ୍ ଚାଓ୍ଵଲା, ନାରାୟଣ ଜଗଦ୍ଦିଶନ୍, ମିଚେଲ ସାଣ୍ଟନର, କେଏମ୍ ଅସିଫ୍, ସାର୍ଦୁଲ ଠାକୁର, ସାଇ କିଶୋର, ଡ୍ୟୁପ୍ଲେସିସ୍, ମୋନୁ କୁମାର, ଡ୍ଵେନ୍ ବ୍ରାଭୋ, ଜୋସ୍ ହାଜଲଉଡ୍, ସାମ୍ କରନ୍ ଏବଂ କର୍ଣ୍ଣ ଶର୍ମା।

Comment