ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ସୁପରସଣ୍ଡେରେ ଆଜି ଦେଖିବାକୁ ମିଳିବ ଏକ ଦମ୍‌ଦାର ମୁକାବିଲା। କାହିଁକି ନା ଆଜି ମଇଦାନ୍‌ରେ ମୁହାଁମୁହିଁ ହେବେ ହେଭିଓ୍ଵେଟ୍ ମୁମ୍ଵାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଶେଖ୍ ଜାୟାଦ ଷ୍ଟାଡିୟମ୍‌ରେ ଖେଳାଯିବ।

ଆଇପିଏଲ୍‌ ପଏଣ୍ଟ ଟେବୁଲରେ ମୁମ୍ଵାଇ ଶୀର୍ଷରେ ରହି ଫାଇନାଲ୍ ଆଡ଼କୁ ଲକ୍ଷ ସ୍ଥିର କରୁଥିବା ବେଳେ ଟେବୁଲର ନିମ୍ନରେ ରହି କ୍ଵାଲିଫାୟାର ଯିବାକୁ ଲଢ଼େଇ କରୁଛି ରାଜସ୍ଥାନ। ତେଣୁ ଆଜିର ମ୍ୟାଚ୍ ଜିତିବା ରାଜସ୍ଥାନ ପାଇଁ ଜରୁରୀ ହୋଇପାରେ। ତେବେ କିଏ ଏହି ମହାସମରରେ ବାଜିମାତ୍ କରିବ ତାହା ଆଜିର ମ୍ୟାଚ୍ ପରେ ହିଁ ଜଣାପଡ଼ିବ।

ରାଜସ୍ଥାନ ରୟାଲ୍ସ 

ଷ୍ଟିଭ୍ ସ୍ମିଥ୍(ଅଧିନାୟକ), ବେନ୍ ଷ୍ଟୋକ୍ସ, ସଞ୍ଜୁ ସାମସନ୍, ଆଣ୍ଡ୍ରୁ ଟାଏ, କାର୍ତ୍ତିକ ତ୍ୟାଗୀ, ଅଙ୍କିତ ରାଜପୁତ, ଶ୍ରେୟାସ୍ ଗୋପାଲ, ରାହୁଲ ତେଓ୍ଵାଟିଆ, ଜୟଦେବ ଉନତ୍କତ୍, ମୟଙ୍କ ମାର୍କାଣ୍ଡେ, ମହିପାଲ୍ ଲୋମରୋର୍, ଓସାନୀ ଥୋମାସ୍, ରିୟାନ୍ ପରାଗ, ଜଶସ୍ଵୀ ଜୟସ୍ଵାଲ୍, ଅନୁଜ୍ ରାଓ୍ଵାତ୍, ଆକାଶ ସିଂହ, ଜୋଫ୍ରା ଆର୍କର୍, ଡେଭିଡ ମିଲର୍, ଜସ୍ ବଟଲର୍, ମନ୍ ଭୋରା, ଶସାଙ୍କ ସିଂହ, ବରୁଣ ଆରୋନ୍, ଟମ୍ କୁରାନ୍, ରବିନ୍ ଉତ୍ଥାପା, ଅନିରୁଦ୍ଧ ଜୋଶୀ।

ମୁମ୍ଵାଇ ଇଣ୍ଡିଆନ୍ସ

ରୋହିତ୍ ଶର୍ମା(ଅଧିନାୟକ), ଆଦିତ୍ୟ ତାରେ, ଅନମୋଲ୍ ପ୍ରୀତ୍ ସିଂହ, ଅନୁକୁଲ୍ ରାୟ, ଧବଲ୍ କୁଲ୍କର୍ଣ୍ଣି, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ୍ କିଷନ୍, ଜଶପ୍ରୀତ୍ ବୁମ୍ରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁନାଲ୍ ପାଣ୍ଡ୍ୟା, ମିଚେଲ ମାକ୍ଲେନ୍ଗାନ୍, କ୍ୱିଣ୍ଟନ ଡିକକ୍, ରାହୁଲ ଚହର, ସର୍ଫାନ ରାଦରଫୋର୍ଡ, ସୂର୍ଯ୍ୟ କୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ନାଥନ୍ କୁଲ୍ଟରନିଲ୍, ସୌରଭ ତିଓ୍ଵାରୀ, ମୋସିନ୍ ଖାନ୍, ଦିଗବିଜୟ ଦେଶମୁଖ, ପ୍ରିନ୍ସ ବଲବନ୍ତ ରାୟ ସିଂ।

Comment