ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବିବାର ଆସିଲେ ସମସ୍ତଙ୍କ ମନ ଖୁସି ହୋଇଯାଏ। କାରଣ ଏହି ଦିନ ସମସ୍ତଙ୍କୁ କାମରୁ ଛୁଟି ମିଳିଥାଏ। ସମସ୍ତେ କାମରୁ ବ୍ରେକ ନେଇ ଘରେ ବିଶ୍ରାମ ନେଇଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ରବିବାର ଦିନ କେମିତି ସମସ୍ତଙ୍କୁ ଛୁଟି ମିଳିଲା? ତେବେ ଆସନ୍ତୁ ଜାଣିବା ଏହାର ଇତିହାସ।

ଅନେକ ଲୋକଙ୍କ କଠିନ ସଂଘର୍ଷ ପରେ ରବିବାର ଦିନ ଛୁଟି ମିଳିବା ସମ୍ଭବ ହୋଇପାରିଥିଲା। ଏହାର ସମସ୍ତ ଶ୍ରେୟ ନାରାୟଣ ମେଘାଜୀ ଲୋଖଣ୍ଡେକୁ ଦିଆଯାଏ। କାରଣ ବ୍ରିଟିଶ ଶାସନ କାଳରେ ଲୋକମାନେ ବହୁତ ହଇରାଣ ହୋଇଥିଲେ। ସେହି ସମୟରେ ଶ୍ରମିକଙ୍କୁ ଛୁଟି ଦିଆଯାଉନଥିଲା ଏବଂ ସମସ୍ତଙ୍କୁ ସପ୍ତାହରେ ସାତ ଦିନ କାମ କରିବାକୁ ପଡୁଥିଲା।

ସେତେବେଳେ ନାରାୟଣ ମେଘାଜୀ ଲୋଖଣ୍ଡେ ଶ୍ରମିକମାନଙ୍କର ନେତା ଥିଲେ। ଶ୍ରମିକମାନଙ୍କ ଅବସ୍ଥା ଦେଖି ସେ ବ୍ରିଟିଶ ସରକାରଙ୍କୁ ଏ ବିଷୟରେ କହିଥିଲେ। ଏହା ସହିତ ସେ ସପ୍ତାହରେ ଗୋଟିଏ ଦିନ ଛୁଟି ଦେବାକୁ କହିଥିଲେ, କିନ୍ତୁ ବ୍ରିଟିଶ ସରକାର ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ। ଫଳରେ ସେ ଶ୍ରମିକମାନଙ୍କୁ ସାଙ୍ଗରେ ଧରି ଆନ୍ଦୋଳନ କରିଥିଲେ ଏବଂ ସରକାରଙ୍କ ଏହି କଠୋରତା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଶ୍ରମିକମାନଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ କଠିନ ପରିଶ୍ରମ କରିଥିଲେ।

ସେ ଶ୍ରମିକମାନଙ୍କ ଦାବି ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରିଥିଲେ। ଯେଉଁଥିରେ ଶ୍ରମିକଙ୍କ ପାଇଁ ଛୁଟିଦିନ, ଭୋଜନ ପଇଁ ସମୟ, କାମ ପାଇଁ ନିର୍ଦ୍ଦିଷ୍ଟ ସମୟ ପାଇଁ ଦାବି କରାଯାଇଥିଲା।

ଏହି ଆନ୍ଦୋଳନ ଏତେ ବଡ ହୋଇଯାଇଥିଲା ଯେ ବ୍ରିଟିଶ ସରକାରଙ୍କୁ ନଇଁବାକୁ ପଡ଼ିଲା। ୧୮୯୦ରେ ବ୍ରିଟିଶ ସରକାର ଏକ ନିର୍ଦ୍ଦେଶ ଜାରି କରିଥିଲେ ଯେ ସପ୍ତାହରେ ଥରେ ସମସ୍ତଙ୍କୁ ଛୁଟି ଦଆଯିବ। ଏହାପରେ ରବିବାର ଛୁଟିଦିନ ଭାବେ ଘୋଷଣା ହୋଇଥିଲା। ଏଥସହିତ ପ୍ରତିଦିନ ଶ୍ରମିକଙ୍କୁ ଅଧ ଘଣ୍ଟା ସମୟ ଖାଇବାକୁ ଦିଆଯାଇଥିଲା।

Comment