ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ମହାସମରରେ ଆଜି ଦେଖିବାକୁ ମିଳିବ ଏକ ଦମ୍‌ଦାର ମୁକାବିଲା। କାହିଁକି ନା ଆଜି ମଇଦାନ୍‌ରେ ମୁହାଁମୁହିଁ ହେବେ ମୁମ୍ଵାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଶେଖ୍ ଜାୟାଦ ଷ୍ଟାଡିୟମ୍‌ରେ ଖେଳାଯିବ।

ଟୁର୍ଣ୍ଣାମେଣ୍ଟରେ ଏହି ଦୁଇଟି ଯାକ ବେଶ୍ ମଜବୁତ ଦଳ ଭାବେ ଜଣା ଆଉ ଏଯାବତ୍ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି। ଖାସ୍ କରି ମୁମ୍ଵାଇ ଇଣ୍ଡିଆନ୍ସ ବିଜୟ ପରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁର ଖେଳାଳିମାନେ ମଧ୍ୟ ଆଇପିଏଲ୍ ମଇଦାନ୍‌ରେ ନିଜ ଯାଦୁ ଦେଖାଇଛନ୍ତି। ତେଣୁ ଆଜିର ଏହି ସୁପର ମୁକାବିଲାରେ କିଏ ବାଜିମାତ୍ କରିବ ତାହା ଦେଖିବା ବାକି ରହିଲା।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ                       

ବିରାଟ କୋହଲି(ଅଧିନାୟକ), ମହମ୍ମଦ ସିରାଜ୍, କ୍ରିସ୍ ମୋରିସ୍, ଜୋସ୍ ଫିଲିପ, ମୋଇନ୍ ଅଲ୍ଲୀ, ଆରୋନ୍ ପିଞ୍ଚ୍, ଏ ବି ଡେଭିଲିୟର୍ସ, ସାହାବାଜ୍ ଅହମ୍ମଦ, ପାର୍ଥିବ ପଟେଲ୍, ୟୁଜୁଭେନ୍ଦ୍ର ଚାଓ୍ଵାଲା, ନବଦୀପ୍ ସାଇନି, ଇସୁରୁ ଉଦାନା, ଡାଲେ ଷ୍ଟେନ୍, ପବନ୍ ନେଗି, ଦେବଦତ୍ତ ପାଡିକାଲ୍, ଶିଭମ୍ ଦୁବେ, ଉମେଶ ଯାଦବ, ଗରୁକିରତ୍ ମନ୍ସିଂ, ଓ୍ଵାସିଂଟନ୍ ସୁନ୍ଦର, ପବନ ଦେଶପାଣ୍ଡେ, କାନି ରିଚାର୍ଡସନ୍।

ମୁମ୍ଵାଇ ଇଣ୍ଡିଆନ୍ସ

କିରଣ ପୋଲାର୍ଡ(ଅଧିନାୟକ), ରୋହିତ୍ ଶର୍ମା, ଆଦିତ୍ୟ ତାରେ, ଅନମୋଲ୍ ପ୍ରୀତ୍ ସିଂହ, ଅନୁକୁଲ୍ ରାୟ, ଧବଲ୍ କୁଲ୍କର୍ଣ୍ଣି, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ୍ କିଷନ୍, ଜଶପ୍ରୀତ୍ ବୁମ୍ରା, ଜୟନ୍ତ ଯାଦବ, କ୍ରୁନାଲ୍ ପାଣ୍ଡ୍ୟା, ମିଚେଲ ମାକ୍ଲେନ୍ଗାନ୍, କ୍ୱିଣ୍ଟନ ଡିକକ୍, ରାହୁଲ ଚହର, ସର୍ଫାନ ରାଦରଫୋର୍ଡ, ସୂର୍ଯ୍ୟ କୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ନାଥନ୍ କୁଲ୍ଟରନିଲ୍, ସୌରଭ ତିଓ୍ଵାରୀ, ମୋସିନ୍ ଖାନ୍, ଦିଗବିଜୟ ଦେଶମୁଖ, ପ୍ରିନ୍ସ ବଲବନ୍ତ ରାୟ ସିଂ।

Comment