ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୧,୬୧୭ ନୂଆ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୯୪୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୭୬ ଜଣ ଚିହ୍ନଟ
  • ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୭,୦୯୯କୁ ବୃଦ୍ଧି

ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଆଜି ଆଉ ୧,୬୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୯୪୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୭୬ ଜଣ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨ ଲକ୍ଷ ୮୭ ହଜାର ପାର୍ କରିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୨୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୨୮ ଜଣ, ସୁନ୍ଦରଗଡ଼ରୁ ୯୩ ଜଣ, ମୟୂରଭଞ୍ଜରୁ ୮୫ ଜଣ , କଳାହାଣ୍ଡିରୁ ୮୪ ଜଣ, ଜଗତସିଂହପୁରରୁ ୮୦ ଜଣ ଆକ୍ରାନ୍ତ ଅଛନ୍ତି।

ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୭,୦୯୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୭୦,୧୩୦ ଜଣ ସୁସ୍ଥ ହୋଇଥିବା ବେଳେ ୧୫,୬୧୯ ଜଣ ଚିକିତ୍ସାଧୀନ ଅଛନ୍ତି।

Comment