ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୧,୫୪୭ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୮୯୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୫୬ ଜଣ ଚିହ୍ନଟ
  • ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୮୮,୬୪୬କୁ ବୃଦ୍ଧି

ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଆଜି ଆଉ ୧,୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୮୯୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୫୬ ଜଣ ପଜିଟିଭ୍ ଅଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ପାର୍ କରିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୯୮ ଜଣ, ଅନୁଗୁଳରୁ ୯୫ ଜଣ, ଜଗତସିଂହପୁରରୁ ୮୯ ଜଣ, ମୟୂରଭଞ୍ଜରୁ ୮୮ ଜଣ, ବାଲେଶ୍ଵର ଓ ବଲାଙ୍ଗିରରୁ ୭୯ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୮୮,୬୪୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୭୨,୦୩୮ ଜଣ ସୁସ୍ଥ ହୋଇଥିବା ବେଳେ ୧୫,୨୪୭ ଜଣ ଚିକିତ୍ସାଧୀନ ଅଛନ୍ତି।

Comment